ଓଡଗାଁ, ୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଯୁବ ରେଡକ୍ରସ, ରେଡରିବନ କ୍ଳବ୍, ଜାତୀୟ ସେବା ଯୋଜନା ଏବଂ ଭାରତୀୟ ସ୍କାଉଟ ଆଣ୍ଡ ଗାଇଡର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ କଲେଜର ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ରାଜ୍ୟ
ସ୍ବେଚ୍ଛାକୃତ ରକ୍ତଦାନ ଶିବିର; ୨୬ ୟୁନିଟ୍ ରକ୍ତ ସଂଗ୍ରହ
- Hits: 10








