ବେଲଗୁଣ୍ଠା,୦୬/୦୪-(ଶିବରାମ ଚୌଧୁରୀ )-, ନକ୍ସଲ୍ ମୁକାବିଲାରେ ଶହୀଦ୍ ହୋଇଥିବା ପୋଲିସ୍ କର୍ମଚାରୀଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୋଲିସ୍ ଅଧିକାରୀ I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠପଲ୍ଲବା ଗ୍ରାମର ସୁଶାନ୍ତ କୁମାର ଗୌଡ଼ ପୋଲିସ୍ ବିଭାଗରେ ଜଣେ କନେଷ୍ଟବଲ୍ ଭାବେ କାର୍ଯ୍ୟ କରୁ୍ଥିବା ସମୟରେ ଶହୀଦ୍ ହୋଇଥିଲେ I ଆଜି ଗଞ୍ଜାମ ଆଡିସନାଲ୍ ଏସ୍.ପି ସୀମା ସ୍ୱାଇଁ ଏବଂ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଶହୀଦ୍ ସୁଶାନ୍ତ କୁମାର ଗୌଡ଼ଙ୍କ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ, ଗଣପତି ନଗରସ୍ଥିତ ବାସ ଭବନରେ ପହଞ୍ଚି ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ I ଏହା ସହିତ ଶହୀଦ୍ ସୁଶାନ୍ତଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ବୀରତ୍ୱ ସମ୍ପର୍କରେ ତାଙ୍କ ପରିବାର ସହିତ ଆଲୋଚନା କରିଥିଲେ ଉଭୟ ଅଧିକାରୀ I
ରାଜ୍ୟ
ଶହୀଦ୍ ଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ପୋଲିସ୍ ଅଧିକାରୀ
- Hits: 11








