ହେଡଲାଇନସ୍:

ପାଞ୍ଚ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନରେ ନିର୍ମାଣ ହେବ ହସ୍ତତନ୍ତ ମଲ୍ ହରଭଙ୍ଗା ବ୍ଲକରେ ନିର୍ମାଣ ହେବ ଇକୋ ପାର୍କ

ଭୁବନେଶ୍ୱର: 2030 ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ରୂପେ ଗଢି ତୋଳିବାକୁ ହେଲେ କର୍ମ ସୂଚ୍ଛତା ଓ ସାମୁହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଲୋକଙ୍କ ନିକଟରେ ଜନହିତକର ପ୍ରକଳ୍ପର ସୁଫଳ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ପରିବର୍ତ୍ତନର ବାହକ ରୂପେ କର୍ମ କରିବାକୁ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ହରଭଙ୍ଗା ବ୍ଲକର ବିରନରସିଂହପୁରରେ ଇବେ। ପାର୍କ ନିର୍ମାଣ ନେଇ ବିସ୍ତୃତ ଆଲୋଚନା କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର ଝିଙ୍କି ଠାରେ ୬ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନରେ ହସ୍ତତନ୍ତ ମଲ୍ ନିର୍ମାଣ କରାଯିବା ନେଇ ନିଷ୍ପରି ନିଆଯାଇଛି । ଆଲୋଚନାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଓ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ନୃସିଂହ ଚରଣ ସ୍ଵାଇଁ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ।
ପାଞ୍ଚ ଦିଳିଆ ପଶ୍ଚିମ ଓଡିଶା ଗସ୍ତର ଆଜି ପ୍ରଥମ ଦିନରେ ଶ୍ରୀ ତ୍ରିପାଠୀ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ଵାରା ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଜିଲ୍ଲାରେ ଥ‌ିବା ବିଭିନ୍ନ ଚାଷୀ ମାନଙ୍କ ଅଗ୍ରଗତି ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ତଥ୍ୟ ନେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ଚାଷୀ ମାନଙ୍କୁ ଉତ୍ସାହିତ କରିବା ଜରୁରୀ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୁନରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ପାରମ୍ପରିକ ଚାଷ ବ୍ୟତୀତ ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦର ବିକାଶ, ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ ଇତ୍ୟାଦି କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାରେ ଆବଶ୍ୟକତା ରହିଛି । ଦୁଗ୍ଧ ଯୋଗାଣ କୁ ସୁପରିଚାଳଡି କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଜିତିଭୂମି ନିର୍ମାଣ କରିବାରେ ସାହାଯ୍ୟ କରିବ । ଆଗାମୀ ନଭେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟରେ ଦୁଗ୍ଧ ଉତ୍ପାଦନ ପାଇଁ ଭିତ୍ତିଭୂମିର ଶୁଭାରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି । ସ୍ଵୟଂ ସହାୟକ ଗୋଷ୍ଠୀ କାଫେ ନିର୍ମାଣ କରି ବିତରଣ ଓ ବିକ୍ରୟ ବ୍ୟବସ୍ଥା କରାଯିବ ଫଳରେ ସମାଜର ସବୁ ବର୍ଗଙ୍କ ନିକଟରେ ଉପଯୁକ୍ତ ସହାୟତା ପହଞ୍ଚି ପାରିବ ଓ ସବୁ କ୍ଷେତ୍ରରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଇପାରିବ । ଏଆପାଇଁ ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ହେବ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ ।

ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ କର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ପାଇଁ ଡାଏଲେସିସ୍ ମେସିନ୍ ଓ ସି ଆର୍ମ ମେସିନ ପାଇଁ ଅର୍ଥ ଅନୁମୋଦନ କରାଯାଇଛି । ଏହାସହ ଜିଲ୍ଲାର ପାଠାଗାରା ପରିସରକୁ ବଢାଇବା ପାଇଁ 50 ଲକ୍ଷ ଟଙ୍କାର ଅତିରିକ୍ତ ରାଶି ପ୍ରଦାନକୁ ଅନୁମୋଦନ କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିପାରିବେ । ଏହାସହ ତରଭା ଷ୍ଟାଡିୟମ କ୍ଷେତ୍ର ପରିଦର୍ଶନରେ ଯାଇ । କୋଟି ଟଙ୍କା ଅନୁଦାନରେ ପ୍ୟାଭିଲିୟନ ନିର୍ମାଣ ପାଇଁ ସହୟତା ରାଶି ପ୍ରଦାନ କରିବା ନେଇ ବିଚାର କରିବେ ବୋଲି ମତ ରଖୁଛନ୍ତି ଶ୍ରୀ ତ୍ରିପାଠୀ । ଆଜିର ସମୀକ୍ଷା ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଓ ବିଶେଷଜ୍ଞ ସଦସ୍ୟ ଏବଂ ଦୁଇ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault