ହେଡଲାଇନସ୍:

ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡି ପଞ୍ଚାୟତ ଅଫିସ ସମ୍ମୁଖରେ ଆଜି ଭୋର ସକାଳ ପ୍ରାୟ ୫ଟା ସମୟରେ ଅଜଣା ଗାଡି ଧକ୍କାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ପାରୁଆଭାଡ଼ି ଗ୍ରାମର ମୁକ୍ତେଶ୍ଵର ଧାନ(୨୭) ଓ ପଣ୍ଡରିକଟା ଗ୍ରାମର ଦଧି ଦର୍କା(୭୦) ଦୁଇଜଣ ସକାଳୁ ଶୌଚ ପାଇଁ କୁଚିଣ୍ଡା-ବାମରା ରାଜପଥରରେ ବାମ ପାର୍ଶଦେଇ ଯାଉଥିଲେ l ହଠାତ ବାମରା ପଟୁ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ଉଭୟଙ୍କ ଉପରେ ଚଢ଼ି ଯାଇଥିଲା l ଫଳରେ ଘଟଣାସ୍ଥଳରେ ତାଙ୍କର ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା l ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ହୋଇଯାଇଥିଲା l ଖବର ପାଇ ଘଟଣାସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ l ଘଟଣାସ୍ଥଳକୁ କୁଚିଣ୍ଡା ପୋଲିସ ଆସି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ l ପରେ ପ୍ରଶାସନ ପକ୍ଷରୁ ଉଭୟ ମୃତକଙ୍କ ପରିବାରଙ୍କୁ ୧୦ହଜାର ଟଙ୍କା ଲେଖାଏଁ ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା l ହରିଶ୍ଚନ୍ଦ୍ର ଯୋଜନା ସହାୟତାରେ ମୃତ ମୁକ୍ତେଶ୍ଵରଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ସାଙ୍ଗକୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସହାୟତା ଓ ତାଙ୍କ ଅନାଥ ଶିଶୁଙ୍କ ପାଠପଢା ପାଇଁ ପ୍ରାଥମିକତା ଦେବା, ରାସ୍ତାରେ ହମ୍ପ୍ସ କରାଯିବା ଓ ଦୁର୍ଘଟଣା ଘଟାଇଥିବା ଗାଡିକୁ ଟ୍ରାକିଂ କରି ପଦକ୍ଷେପ ନିଆଯିବାର ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଲୋକଙ୍କ ଅବରୋଧ ହଟିଥିଲା।

0
0
0
s2sdefault