ରାୟଗଡା ରୁ ବୈକୁଣ୍ଠ ଦୁରିଆ -କାଶୀପୁର ଡଙ୍ଗାସିଲ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଦ୍ୟାଳୟରେ ନିୟୋଜିତ ସୁରକ୍ଷା କର୍ମୀ ସଇତାନ ପାଲଟି ଉକ୍ତ ବିଦ୍ୟାଳୟରେ ଅଧ୍ୟନରତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯଇଥିବା ସ୍ଥଳେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଏବଂ ଶିକ୍ଷକ ମାନେ ବିଦ୍ୟାଳୟ ଭିତରେ ଅଟକ ରଖିଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ମୁତାବକ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଧିନ ଡଙ୍ଗାସିଲ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ତୃତୀୟ ଶ୍ରେଣୀରେ ଅଧ୍ୟନରତ ଛାତ୍ରୀ ଆଜି ଅପରାହ୍ନରେ ସ୍କୁଲ ଖେଳ ପଡିଆରେ ଖେଳୁଥିଲେ । ସେହି ସମୟରେ ଅଭିଯୁକ୍ତ ଛାତ୍ରୀଙ୍କୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ଶିକ୍ଷକ ନାବାଳିକାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।ପିଡିତା ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଜଣକ ହେଲେ ଉକ୍ତ ସ୍କୁଲର ସୁରକ୍ଷାକର୍ମୀ ଶିବପ୍ରସାଦ ମିଶ୍ର । ତେବେ ଘଟଣା ପ୍ରଘଟ ହେବା ପରେ ଗାଁ ଲୋକଙ୍କ ଦ୍ୱାରା ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଏସଡିପିଓ ଓ ପୋଲିସ ଫୋର୍ସ ପହଞ୍ଚି ଅଭିଯୁକ୍ତକୁ ଉଠାଇ ନେଇ ତଦନ୍ତ ଚଳାଇଛିନ୍ତି।ଅଭିଯୁକ୍ତ ଙ୍କୁ ଉଠାଇନେବା ସମୟରେ ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ ସହ ୩ ଗାଡିକୁ ଭଙ୍ଗାରୁଜା କରି ପୋଲିସ ବସକୁ ଜାଳିଦେଇଛନ୍ତି।ଘୋଟଣା ସ୍ଥଳରେ ରାୟଗଡା ଆରକ୍ଷୀଅଧୀକ୍ଷକ ଓ ଏସଡିପିଓ ପହଞ୍ଚି ପରିସ୍ଥିତ ଅନୁଧ୍ୟାନ କରିଛନ୍ତି।୮ଜଣକୁ ପୋଲିସ ଅଟକ ରଖିଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ କର୍ମଚାରୀ ମାନଙ୍କୁ ପୋଲିସ ପଚାର ଉଚାର କରୁଛନ୍ତି।ଗ୍ରାମ ରେ ପୋଲିସ ୩ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।ଏହି ଘୋଟଣାର ସମ୍ପୃକ୍ତି ଥିବା ଲୋକଙ୍କୁ ପୋଲିସ ଖଜୁଛି।ଗିରୋଫ ଭୟରେ ଗାଁ ରେ ପୁରୁଷ ସୁନ୍ୟ ହୋଇଯାଇଛି ।\
ରାଜ୍ୟ
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ସଇତାନ ପାଲଟିଲେ ବିଦ୍ୟାଳୟ ସୁରକ୍ଷାକର୍ମୀ
- Hits: 830