ହେଡଲାଇନସ୍:

ଏଣେ ଶିକ୍ଷକ ଶିକ୍ଷୟିତ୍ରୀ କଲେ ପାଲା, ସେଣେ ସ୍କୁଲରେ ପଡିଛି ତାଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଲା ମାଧ୍ୟମରେ ସରକାରଙ୍କୁ ଦାବି ଜଣାଇଲେ ବେଲଗୁଣ୍ଠାର ଶିକ୍ଷକ ଶିକ୍ଷୟିତ୍ରୀ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଚାରିଦିନ ହେଲା ସମଗ୍ର୍ ରାଜ୍ୟ ଭଳି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି I ଛାତ୍ରଛାତ୍ରୀ ପାଠପଢା ଏବଂ ମଧ୍ୟାହ୍ନଭୋଜନରୁ ବଞ୍ଚିତ ହୋଇ ରାସ୍ତାରେ ଏଣେତେଣେ ବୁଲୁଛନ୍ତି I ସାହିର ଗଣେଶ ପୂଜା ପାଇଁ ଗାଡ଼ି ଆଗକୁ ଦୌଡ଼ି ଆସି ଚାନ୍ଦା ମାଗୁଛନ୍ତି I ଅନ୍ୟପଟେ ନିଜର ତିନିଦଫା ଦାବି ତଥା କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଏବଂ ନୋସନାଲ୍ ଇନକ୍ରିମେଣ୍ଟ୍ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,ପୁରୁଣା ପେନସନ୍ ଦାବିରେ ଚାରିଦିନ ଧରି ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଳକ୍ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଲା ଏବଂ ଗୀତ ମାଧ୍ୟମରେ ସରକାରଙ୍କୁ ନିଜର ଦାବି ଜଣାଇଛନ୍ତି I ଶିକ୍ଷକ ଛାୟାକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଶିକ୍ଷକ ସୁଶାନ୍ତ ଦଳବେହେରା, ନରେଶ ବ୍ରହ୍ମା, ଜିତେନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ରେଣୁପ୍ରଭା ଦାଶ,ସ୍ନେହଲତା ପତି, ମୋନାଲିସା ଖାଡ଼ଙ୍ଗା,ସୁଧାଂଶୁବାଳା ମିଶ୍ର,ନିବେଦିତା ସ୍ୱାଇଁ,ରଞ୍ଜିତା ସାହୁ, ଗୀତାଞ୍ଜଳି ରଥ, ଗଣେଶ ସାହୁ ପ୍ରମୁଖ ପାଲା ଏବଂ ଗୀତ ମାଧ୍ୟମରେ ସରକାରଙ୍କୁ ଗୁହାରୀ କରିଥିଲେ I ଶିକ୍ଷକ ସଂଘ ସଭାପତି ବସନ୍ତ ଜେନା, ମୃତ୍ୟୁଞ୍ଜୟ ପଣ୍ଡା, ସମ୍ପାଦକ ମନୋରଞ୍ଜନ ବିଷୋୟୀ, ଦୀପ୍ତାଂଶୁପ୍ରଭା ଦେବୀ,ସନ୍ତୋଷ ପଟ୍ଟନାୟକ,ସୁବ୍ରତ ପାତ୍ର, ସଚ୍ଚିଦାନନ୍ଦ ପ୍ରଧାନ,ବଲ୍ଲଭ ପଣ୍ଡା,ଶଲ୍ୟ ସିଅ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ତିନି ଦଫା ଦାବି ପୂରଣ ଘୋଷଣା ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିବେ ବୋଲି ବେଲଗୁଣ୍ଠା ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ୍ କର୍ମକର୍ତ୍ତା ପ୍ରକାଶ କରିଛନ୍ତି I

0
0
0
s2sdefault