ହେଡଲାଇନସ୍:

ଶିବ ଶକ୍ତି ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ, ଯୋଗ ଦେଲେ ବିଧାୟକ ଓ କୁନ୍ଦେଇ ଥାନା ଅଧିକାରୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଧୀନରେ ଥିବା ଯୋଡଜୋଙ୍ଗା ଡିଏନକେ ସ୍କୁଲ ପଡ଼ିଆରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଖେଳ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପହଞ୍ଚି ଖେଳର ଶୁଭାରମ୍ଭ କରିଥିବା ବେଳେ ଶାନ୍ତି ଶ୍ରୁଖଳା ବଜାଇ ରଖିବା ପାଇଁ କୁନ୍ଦେଇ ଥାନା ASI ଚନ୍ଦ୍ର ସେଖର ହାଜାରୀ ଓ ASI ଭୁପେଦ୍ର ମାଝୀ ଓ ମୁରୁଲି ଧ୍ୟର ବିଶଇ ଓ IRB ପୋଲିସ ଟିମ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ଅନ୍ୟ ପଟେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ଖେଳ ରେ ଭାଗ ନେଇଥିବା ଦଳ ଗୁଡିକ ହେଲା। ବ୍ରହ୍ମପୁର- ଜଗଦଳପୁର-ଓଡିଶା ଭାସ୍କର ଏକାଡେମୀ - ଯୋଡଜୋଙ୍ଗା bpcl -ଦାମୋନଯୋଡି fc -କୋରାପୁଟ ସୁନାବେଡା -ବେନର fc ଜୟପାଟଣା -ରାଜଧାନୀ fc ରାଇପୁର। ଅନ୍ୟ ପଟେ ଆଜି ଏହି ଖେଳ ରେ ମୁଖ୍ୟ ଅତିଥି ଶିବନାଥ ବାନାର୍ଜୀ, ବିଶ୍ୱନାଥ ସିଲ, ଶ୍ୟାମଲାଲ କଲାର, କଚନାପାର ୩ର ସରପଞ୍ଚ ଶୁକନାଥ ଗଣ୍ଡ , ରାମକୃଷ ବଙ୍ଗାଳି ,ରମେଶ ବୈରାଗୀ ଓ ଜୋଡଯଙ୍ଗା ର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ ଓ ପତାକା ଉତୋଳନ କରି ଖେଳ ଆରମ୍ଭ କରାଯାଇଥିଲା।

0
0
0
s2sdefault