କୁଚିଣ୍ଡା : ଓଡିଶା ଜନଜାତି ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଂସ୍କୃତିକ ଓ କଳା ଉତ୍ସବରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ସେମାନ ଙ୍କ ମଧ୍ୟରୁ ସୀମାରେଖା ବାଘ ଇଂରାଜୀ ଭାଷଣ, ଜିଜ୍ଞାସୁ ଭୁଏ ହିନ୍ଦୀ ଭାଷଣ, ସରିତା ନାଏକ ହିନ୍ଦୀ ଗଳ୍ପ ଓ ଅମିଶା କୁଜୁର ଲୋକଗୀତ ରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ।ସମସ୍ତ କୃତି ପ୍ରତିଯୋଗୀ ଉତ୍ତରାଖଣ୍ଡର ଡେରାଡୁନ ଠାରେ ଆସନ୍ତା ଅକ୍ଟୋବର ୩ ତାରିଖ ରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗନେବେ ବୋଲି ଜଣାଯାଇଛି l ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଚକ୍ରଧର ମାଝୀ, ସହକାରୀ ଶିକ୍ଷୟିତ୍ରୀ ମଞ୍ଜିଲ୍ ନାୟକ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି l
ରାଜ୍ୟ
ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଯୋଗିତା ପାଇଁ ଜାତୀୟ ସ୍ତରକୁ ମନୋନୀତ
- Hits: 860








