ହେଡଲାଇନସ୍:

ସାମ୍ବାଦିକଙ୍କ ପିତୃ ବିୟୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଳକ୍ ସାମ୍ବାଦିକ ଝସକେତନ ସାହୁଙ୍କ ପିତା ନିରଞ୍ଜନ ସାହୁ  (୬୩) ଆଜି ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି I ନିରଞ୍ଜନ ବିଳମ୍ବ ରାତ୍ରୀରେ  ଅସୁସ୍ଥ ଅନୁଭବ କରିବା ସହିତ ତାଲପାଲି ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଥିଲେ I ଦୀର୍ଘଦିନ ରୁ ସେ ହୃଦରୋଗରେ ପୀଡ଼ିତ ଥିଲେ । ସେ ଜଣେ ପରୋପକାରୀ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ଗ୍ରାମବାସୀଙ୍କ ପ୍ରିୟପାତ୍ର ଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ତାଙ୍କ ମୃତ୍ୟୁ ଖବର ପାଇ ସାମ୍ବାଦିକ ସଞ୍ଜୀବ ପୁରୋହିତ,ଶିବ ବିଶ୍ବାଳ,ଦୁର୍ଗା ତ୍ରିବେଦି, ଏମ.ପି ନମିନି ପ୍ରବୀଣ କୁମାର ପାଣିଗ୍ରାହୀ , ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ବରିଷ୍ଠ ବିଜେଡି ନେତା ନାରଦ ବରିହା, ତୈଲିକ ବଶ୍ୟ ସାହୁ ସମାଜ ପଶ୍ଚିମ ଓଡ଼ିଶା ସଭାପତି ଚୈତନ୍ୟ ସାହୁ ଉପସ୍ଥିତ ରହି ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ସ୍ଵର୍ଗତ ନିରଞ୍ଜନଙ୍କ ମର ଶରୀରରକୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର  କରିଥିବା ବେଳେ ତାଙ୍କର ପୁତ୍ର ଝସକେତନ ସାହୁ ମୁଖାଗ୍ନି ଦେଇଥିଲେ

0
0
0
s2sdefault