ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ :ହିଞ୍ଜିଳିକାଟୁ ବ୍ଲକ୍ ସମର୍ ଝୋଳ ଠାରେ ଅବସ୍ଥିତ ଅକ୍ସଫୋଡ୍ ପବ୍ଲିକ୍ ସ୍କୁଲ୍ ରେ ପିଲାମାନ ଙ୍କ ଦ୍ଵାରା ଆୟୋଜନ ହୋଇଥିଲା ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶିକ୍ଷକ ମାନେ ସଚେତନ କରାଇବା ସହ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ରକ୍ଷାବନ୍ଧନ ର ଉଦେଶ୍ୟ କଣ ପିଲାମାନଙ୍କୁ ବହୁତ ସୁନ୍ଦର ଭାବେ ବୁଝାଇଥିଲେ l ସେହିପରି ପିଲାମାନେ ମଧ୍ଯ ଏହିପରି କାର୍ଯ୍ୟକ୍ରମ କୁ ବହୁତ ଅନନ୍ଦର ସହ ପାଳନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରୀ ଛାତ୍ର ମାନଙ୍କୁ ରାକ୍ଷୀ ବାନ୍ଧି ସ୍ବାଗତ ଜଣାଇବା ସହ ଖୁସି ମନାଇଥିଲେ l ଏବଂ ସମସ୍ତ ଅଭିଭାବକ ମାନେ ଏହିପରି କାର୍ଯ୍ୟକ୍ରମ କୁ ସ୍ବାଗତ ଜଣାଇବା ସହ ବହୁ ବୁଦ୍ଧିଜୀବୀ ପ୍ରସଂଶା କରିଥିଲେ l ଅକ୍ସଫୋଡ ସ୍କୁଲ୍ ର ନିର୍ଦ୍ଦେଶକ ଗୀରିଧର ପାଢ଼ୀ ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ
ରାଜ୍ୟ
ସମରଝୋଳ ଅକ୍ସଫୋଡ ପବ୍ଲିକ୍ ସ୍କୁଲ୍ ରେ ରକ୍ଷାବନ୍ଧନ ପାଳିତ
- Hits: 183








