ହେଡଲାଇନସ୍:

ରାଜଗାଙ୍ଗପୁର ବ୍ଲକ ପରିସର ରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ରାଜଗାଙ୍ଗପୁର (ବସନ୍ତ କୁମାର ଜେନା):ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜଗାଙ୍ଗପୁର ବ୍ଲକ ପରିସର ଠାରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି।
ଏଥିରେ ମୋଟ ୬୯ ଗୋଟି ଅଭିଯୋଗ ଆସିଥିଲା। ତନ୍ମଧ୍ୟରୁ ୫୧ ଗୋଟି ବ୍ୟକ୍ତିଗତ ସମସ୍ୟା ଜନିତ ଥିବାବେଳେ ୧୮ ଗୋଟି ଅଭିଯୋଗ ସାମୂହିକ ସମସ୍ୟା ଜନିତ ଅଭିଯୋଗ ଗୁଡ଼ିକ ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ଆବାସ ଯୋଜନା, ସ୍ବାସ୍ଥ୍ୟ ସେବା, ରାସନ୍ କାର୍ଡ, ଭତ୍ତା, ରାସ୍ତା ଘାଟ ମରାମତି, ଡ୍ରେନେଜ୍ ସମସ୍ୟା ଆଦି ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୨ ଗୋଟିକର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ସେହିପରି ରେଡ୍ କ୍ରସ ରୁ ଆର୍ଥିକ ସହାୟତା ନିମନ୍ତେ ୧ ଗୋଟି ଆବେଦନ ରହିଥିଲା। ବାକି ରହିଥିବା ସମସ୍ତ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ଯଶବନ୍ତ ସେଠୀ, ଆଇ. ଏ. ଏସ. ଶିକ୍ଷାନବିଶ ଶ୍ରୀ ପ୍ରହଲ୍ଲାଦ ଶର୍ମା, ରାଜଗାଙ୍ଗପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ପିଉସ ଲୋହର ତଥା ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault