ହେଡଲାଇନସ୍:

ୟୁପିଏସ୍ସି ପରୀକ୍ଷାରେ ମଦର୍ସ ପବ୍ଲିକ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର : ମଦର୍ସ ପବ୍ଲିକ୍ ସ୍କୁଲ୍ ପାଇଁ ଆଉ ଏକ ଗର୍ବିତ ଓ ଆନନ୍ଦିତ ମୁହୂର୍ତ ଆଣିଦେଇଛନ୍ତି ଏହାର ପୁରାତନ ଛାତ୍ରଛାତ୍ରୀମାନେ । ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷା୨୦୨୨ରେ ଏହି ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀ ପ୍ରଣିତା ଦାସ, ସୌମ୍ୟ ରଞ୍ଜନ ଦାସ ଓ ଆୟୁଷି ପ୍ରଧାନ କୃତକାର୍ଯ୍ୟ ହେବା ସହିତ ସ୍କୁଲର ଗୌରବ ବୃଦ୍ଧି କରିଛନ୍ତି । ପ୍ରଣିତା ଦାସ ୟୁପିଏସ୍ସି ସିଭିଲ ସର୍ଭିସ୍ ପରୀକ୍ଷାରେ ଅଲ୍ ଇଣ୍ଡିଆ ର୍ୟାଙ୍କରେ ୪୨ ନମ୍ବର ସ୍ଥାନରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬ତମ ର୍ୟାଙ୍କ ଏବଂ ଆୟୁଷି ପ୍ରଧାନ ୩୩୪ତମ ର୍ୟାଙ୍କ ହାସଲ କରିଛନ୍ତି । ପ୍ରଣିତା ୨୦୧୫ରେ ମଦର୍ସ ପବ୍ଲିକ୍ ସ୍କୁଲରୁ +୨ ପାଠ୍ୟକ୍ରମ ଶେଷ କରିଥିଲେ ଏବଂ ସିବିଏସ୍ସି ବୋର୍ଡ ପରୀକ୍ଷାରେ ୯୫.୨% ମାର୍କ ହାସଲ କରିଥିଲେ । ସେ ସେଂଟ୍ ଜାଭିଅର୍ସ କଲେଜ (ଅଟୋନୋମସ),କୋଲ୍କାତାରୁ ଇକୋନୋମିକ୍ସରେ ସ୍ନାତକ ହାସଲ କରିବା ପରେ ୨୦୧୮-୧୯ରେ ଲଣ୍ଡନର କ୍ୱିନ୍ ମ୍ୟାରି ୟୁନିଭର୍ସିଟିରେ ଇକୋନୋମିକ୍ସର ଏମ୍.ଏସ୍ସି ପ୍ରୋଗ୍ରାମରେ ଯୋଗ ଦେଇଥିଲେ । ବର୍ତମାନ ସେ ୟୁକେର ୟୁନିଭର୍ସିଟି ଅଫ୍ କ୍ୟାମ୍ବ୍ରିଜରେ ଇକୋନୋମିକ୍ସରେ ଏମ୍ଫିଲ୍ କରୁଛନ୍ତି ।

ସେହିପରି ସୌମ୍ୟରଞ୍ଜନ ଦାସ ୨୦୧୭ରେ ମଦର୍ସ ପବ୍ଲିକ୍ ସ୍କୁଲରୁ +୨ରେ ୯୬.୬% ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ସେ ୨୦୧୬-୧୭ରେ ସ୍କୁଲର ଟପ୍ପର ହୋଇଥିଲେ । ସେ ଜଣେ କେଭିପିୱାଇ ର୍ୟାଙ୍କ ହୋଲ୍ଡର ମଧ୍ୟ । ସେ ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍ କରିବା ପରେ ଆଡୋବ୍ ସିଷ୍ଟମ୍ସରେ ଜଣେ ସଫ୍ଟୱେୟାର ଡେଭ୍ଲପ୍ମେଂଟ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ଅନ୍ୟପକ୍ଷରେ ଆୟୁଷି ପ୍ରଧାନ ୨୦୧୫ରେ ମଦର୍ସ ପବ୍ଲିକ୍ ସ୍କୁଲ୍ରେ +୨ ପାଠ୍ୟକ୍ରମ ଶେଷ କରିଥିଲେ ଓ ସିବିଏସ୍ଇ ବୋର୍ଡ ପରୀକ୍ଷାରେ ୯୩% ମାର୍କ ରଖିଥିଲେ । ଏହାପରେ ସେ କମ୍ପ୍ୟୁଟର ସାଇନ୍ସରେ ସିଇଟି କଲେଜରୁ ବିଟେକ୍ କରିଥିଲେ ଏବଂ ପରେ ଏକ ବର୍ଷ ପାଇଁ ଟିଇକେ ସିଷ୍ଟମ୍ସରେ ସଫ୍ଟୱେୟାର ଡେଭ୍ଲପର୍ ଭାବେ କାମ କରିଥିଲେ । ୟୁପିଏସ୍ସି ପରୀକ୍ଷାରେ ସଫଳତା ହାସଲ କରିଥିବା ଏହି ୩ ଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ମଦର୍ସ ପବ୍ଲିକ୍ ସ୍କୁଲ୍ର ପ୍ରିନ୍ସିପାଲ ଓ ସମସ୍ତ ସଦସ୍ୟମାନେ ପ୍ରଶଂସା କରିବା ସହ ସେମାନଙ୍କର ଭବିଷ୍ୟତର ଉଦ୍ୟମଗୁଡିକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

0
0
0
s2sdefault