ହେଡଲାଇନସ୍:

ପୂଜକଙ୍କ କଳାକାରନାମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ମା ଶାରଳା ମନ୍ଦିରର ଏକ ନନା ବୋଲାଉଥିବା ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି|  ନିଜକୁ ଶାରଳା ମନ୍ଦିରର ପୂଜକ କହି ବିଭିନ୍ନ ପ୍ରକାର ନାନା ସମସ୍ୟାକୁ ଦୂର କରିବାକୁ କହି ନିଜ ଆକ୍ରୋଶର ଶିକାର ବନାଉଥିଲେ ଦୁଃଖୀ ନିରୀହ ମହିଳାଙ୍କୁ l ପ୍ରଥମେ ମନ୍ଦିରକୁ ପୂଜା କରୁଥିବା ଯାଉଥିବା ମହିଳାମାନଙ୍କୁ ବିଭିନ୍ନ ବିପଦର ଡର ଦେଖାଇ ମହିଳାମାନଙ୍କୁ ଯୋଗାଯୋଗ କରିବାପାଇଁ କହୁଥିଲେ ଏହି ପୂଜକ ଜଣକ l ତେବେ ପୂଜା ଆଳରେ ବିଭିନ୍ନ ପ୍ରକାର ଆପତି ଜନକ କଥାବାର୍ତ୍ତା ହେଉଥିଲେ ମହିଳାମାନଙ୍କ ସାଙ୍ଗରେ l ତାପରେ କିଛି ଉପାୟ ନ ପାଇ ନିରୀହ ମହିଳାମାନେ ମାନିଯାଉଥିଲେ ପୂଜକଙ୍କ କଥା ଯାହାର ସୁଯୋଗ ନେଇ ପୂଜକ ହବସ ମେଣ୍ଟାଉଥିଲେ l ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଶାଳଜଙ୍ଗ ପଞ୍ଚାୟତର କାଂଶ ଗ୍ରାମରେ l ସେହି ଗ୍ରାମର ଜୈନିକ ମହିଳାକୁ ଫସାଇ କରିଥିଲେ କଳା କାରନାମା ଏହି ପୂଜକ ଜଣକ l ଶାରଳା ମନ୍ଦିରରେ ପୂଜକ ଭାବେ କାମକରୁଥିବା ସମୀର କାନ୍ତ ରାଉଳ ଓରଫ କୁନୁ ନନା ଯାହାଙ୍କ କଳା କାରନାମା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହେଇଯିବେ l ଶାରଳା ମନ୍ଦିରକୁ ପୂଜା କରିବାକୁ ଯାଇଥିବା ଏହି ମହିଳା ଜଣକୁ ବିଭିନ୍ନ ପ୍ରକାର ପରିବାରର ସମସ୍ୟା ଓ ସଙ୍କଟ ଓ ବାସ୍ତୁ୍ଦୋଷ ରହିଥିବାର କହି ନିଜ ଜାଲରେ ଫସାଇ ସାଜିଥିଲେ କୁନୁ ନନା ଓ ଆରମ୍ଭ କରିଥିଲେ ନିଜର ଭଣ୍ଡାମୀ l  ଗ୍ରାମର ଉକ୍ତ ମହିଳାଙ୍କ ଘରକୁ ଯାଇ ପୂଜାର୍ଚନା କରିବା ବାହାନରେ ମହିଳାଙ୍କୁ ଏକୁଟିଆ ରହିବାକୁ କହି ଆରମ୍ଭ  କରିଥିଲେ ଅସଦାଚରଣ ଉଦ୍ୟମ l ତାପରେ ମହିଳାଜଣଙ୍କ ନିଜକୁ ରକ୍ଷା କରିବାକୁ ଯାଇ ଘର ବାହାରକୁ ଦୌଡ଼ି ପଳାଇଥିଲେ l ମହିଳାଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ଓ ଗ୍ରାମବାସୀ ମିଳିତ ଭାବେ ଉକ୍ତ ଭଣ୍ଡ ବାବାକୁ କାବୁ କରିନେଇଥିଲେ ଓ ଗଛରେ ବାନ୍ଧି ଜଗତସିଂହପୁର ପୋଲିସ ଷ୍ଟେସନକୁ ଫୋନ କରି ପୋଲିସ ଜିମା ଦେଇଥିଲେ l ମହିଳାକୁ ନ୍ୟାୟ ଦେବା ପାଇଁ ପ୍ରଶାସନ ପାଖରେ ଦାବି ରଖିଛନ୍ତି ପରିବାର ଲୋକମାନେ l 

0
0
0
s2sdefault