୪୪୨ ଗୋଟି ଗଭୀର ନଳକୂପ ଖନନ ପ୍ରକ୍ରିୟା ର ଶୁଭାରମ୍ଭ କଲେ ବିଧାୟିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- " ବିଜୁ କୃଷକ ବିକାଶ ଯୋଜନା " ରେ ଉଠା ଜଳସେଚନ ନିଗମ ଦ୍ୱାରା ପାଇକମାଲ ବ୍ଲକ ପାଇଁ ନୂତନ ଭାବରେ ମଞ୍ଜୁର ହୋଇଥିବା ୪୪୨ ଗୋଟି ଗଭୀର ନଳକୂପ ଖନନ ପ୍ରକ୍ରିୟା ର ଶୁଭାରମ୍ଭ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା l ଆଜି ପ୍ରଥମ ପର୍ଯ୍ୟାୟରେ ପାଇକମାଲ ବ୍ଲକ ମାଣ୍ଡିଆଢ଼ିପା, ଝିଟିକି , ବୁକୁରାମୁଣ୍ଡା ଠାରେ ଗଭୀର ନଳକୂପ ଖନନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ହୃଦାନନ୍ଦ ବାରିକ,ଯୁବ ବିଜେଡ଼ି ସଭାପତି ଗୌତମ ସିଂ ଉପସ୍ଥିତ ଥିଲେ l

0
0
0
s2sdefault