ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ସମ୍ଭାବନା
ଭୁବନେଶ୍ୱର : ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । "ବାଚସ୍ପତି ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଛି ଓ ମୁଖ୍ୟମନ୍ତ୍ରୀ ମୋତେ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ୍ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ତେବେ ସୂଚାର ରୂପେ କରିବି" ବୋଲି କହିଛନ୍ତି ଶ୍ରୀ ଆରୁଖ । ଉପବାଚସ୍ପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି ବିକ୍ରମ । ବର୍ଷେ ପୂର୍ବେ ସେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ଥାନରେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ ଶ୍ରୀ ଆରୁଖ। ବର୍ଷେ ନପୂରୁଣୁ ସେ ଇସ୍ତପା ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତାଙ୍କୁ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିପାରେ ବୋଲି ଦଳୀୟ ମହଲରେ ଚର୍ଚା ହେଉଛି | ମହିଳା ମାମଲାରେ ବିବାଦୀୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଜିଲ୍ଲା ପରିଷଦ ଉପ ନିର୍ବାଚନରେ ଦଳକୁ ବିପର୍ଯ୍ୟୟ ଆଣିଥିବା ମନ୍ତ୍ରୀ ସମୀର ଦାସଙ୍କ ସମେତ ଆଉ ଜଣେ ଦୁଇଜଣ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇ ସେମାନଙ୍କ ସ୍ଥାନରେ ନୂଆ ମନ୍ତ୍ରୀ ନିଆଯାଇପାରେ | ମୁଖ୍ୟମନ୍ତ୍ରି ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାର ସମ୍ଭାବନା ରହିଛି | ପଶ୍ଚିମ ଓଡିଶାରୁ ସୁଶାନ୍ତ ସିଂହଙ୍କ ପାଳି ପଡିପାରେ ବୋଲି ଆଶା କରାଯାଉଥିବା ବେଲେ ସମେତ ଆଉ କିଛି ପୁଣି ମନ୍ତ୍ରୀମଣ୍ଡଳକୁ ଫେରି ପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି| ଖୁବଶୀଘ୍ର ଏ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି |