ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତକୁମାରଦାସ: କଳି କଳୁଷ ଭରା ପ୍ରଳାୟନ୍ମୁଖି ସମାଜକୁ ରକ୍ଷା ଏବଂ ଉଚିତ୍ ଦିଗଦର୍ଶନ ଦେବା ପାଇଁ ଭଗବାନ ମହେଶ୍ୱର ହିଁ ଏକମାତ୍ର ଦେବତା l ସେହି ମହେଶ୍ୱର ଭୋଳା ବାବାଙ୍କ ଇଚ୍ଛାରେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ସ୍ଥିତ ଚଢେଇଗାଁ ଗ୍ରାମବାସୀଙ୍କ ପ୍ରୟାସରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କର ବିଗ୍ରହ ସହିତ ଏକ ନୂତନ ମନ୍ଦିର ପ୍ରତିଷ୍ଠା ଭିକ୍ଷା ଦ୍ୱାରା ସମ୍ପାଦିତ ହୋଇଯାଇଅଛି l ଦୀର୍ଘ ୩ ଦିନ ଧରି ମନ୍ଦିର ପ୍ରତିଷ୍ଠାର ଯଂଜ୍ଞ ସହିତ ଅଷ୍ଟପ୍ରହର ନାମଯଂଜ୍ଞ ହୋଇଥିଲା l କଳସ ଜଳ ଯାତ୍ରାରେ ଗ୍ରାମବାସୀମାନେ ପ୍ରାୟ ୫ କି.ମି. ଚାଲି ଇରେଡା ଘାଟରୁ ପାଣି ଉଠାଇ ପ୍ରତିଷ୍ଠା ଦିବସର ପ୍ରାରମ୍ବ କରିଥିଲେ l ପ୍ରତିଷ୍ଠାର ଶେଷ ଦିବସର ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସହିତ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ହେଇଥିଲା l ହଜାର ହଜାର ଭକ୍ତଙ୍କ ମେଳରେ ସାରା ପରିବେଶ କୋଳାହଳ ପୂର୍ଣ୍ଣ ହୋଇଯାଇଥିଲା l ଚଢେଇଗାଁ ଗ୍ରାମବାସୀଙ୍କ ପ୍ରଚେଷ୍ଠାରେ ଶାନ୍ତି ଶୁଙ୍ଖଳା ସହିତ ପ୍ରତିଷ୍ଠା ଦିବସର ଶେଷ ହୋଇଯାଇଅଛି l

0
0
0
s2sdefault