ଉମରକୋଟ-୦୮-୦୫-୨୩-ଏକ ହତ୍ୟା ଘଟଣାରେ ଆଜି ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ ଗିରିଜା ପ୍ରସାଦ ମହାପାତ୍ର ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।ଘଟଣାଟି ଘଟିଥିଲା 13/3/2016 ତାରିଖ ଦିନ ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅନ୍ତର୍ଗତ ତରେଇଡିହି ଗ୍ରାମ ଠାରେ। ସକାଳ ପ୍ରାୟ 10ଟା ସମୟ ରେ ଏକ ବିବାଦୀୟ ଜମିରେ ଥିବା ତେନ୍ତୁଳି ଗଛରୁ ଅଭିଯୁକ୍ତ ମଣିରାମ ଗଣ୍ଡ ଓ ତାଙ୍କ ପୁଅ ଦେବକୁମାର ଗଣ୍ଡ ତେନ୍ତୁଳି ଝଡାଉ ଥିଲେ।ଏହି ସମୟରେ ମୃତକ ମାୟାରାମ ଗଣ୍ଡ ଆସି ତେନ୍ତୁଳି ତୋଳିବା ପାଈଁ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମଣିରାମ ଓ ଦେବକୁମାର ମାୟାରାମ ଙ୍କୁ ଗାଳି ଗୁଲଜ କରିବା ସହ ମଣିରାମ ମାୟାରାମ ର ଦୁଇଟା ଗୋଡକୁ ଧରି ତଳେ କଚାଡି ପକାଇ ଦେଇଥିଲ।ପରେ ମଣିରାମର ପୁଅ ଦେବକୁମାର ଟାଙ୍ଗିଆରେ ମାୟାରାମ ର ମୁଣ୍ଡକୁ ହାଣି ଦେବା ଫଳରେ ଘଟଣା ସ୍ଥଳରେ ହିଁ ମାୟରାମ ର ମୃତ୍ୟୁ ଘଟିଥିଲା।ଘଟଣା ଘଟିବା ପରେ ମାୟାରାମ ର ପୁଅ ପ୍ରୀତରାମ ଗଣ୍ଡ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପରେ ପୋଲିସ ଧାରା 302/34 ରେ ମକଦ୍ଦମା ରୁଜ୍ଜୁ କରି ମଣିରାମ ଓ ଦେବ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମଣିରାମ କିଛି ବର୍ଷ ଜେଲରେ ବିତାଇବା ପରେ ଜାମିନରେ ଥିଲେ। କିନ୍ତୁ ପୁଅ ଦେବ କୁମାର ଆଜି ପର୍ୟ୍ୟନ୍ତ ଜେଲରେ ଅଛନ୍ତି। ସର୍ବମୋଟ 26 ଜଣ ସାକ୍ଷୀଙ୍କର ବୟାନକୁ ଆଧାର କରି ଭାରତୀୟ ପିଙ୍ଗଳ କୋଡର ଧାରା 302/34 ଅନୁଯାୟୀ ଉମରକୋଟ ଅତିରିକ୍ତ ଜିଲା ଦୌରା ଜଜ ଗିରିଜା ପ୍ରସାଦ ମହାପାତ୍ର ମଣିରାମ ଗଣ୍ଡ ଓ ଦେବକୁମାର ଗଣ୍ଡଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେବା ସହ ପ୍ରତ୍ୟେକଙ୍କୁ 10000/ ଟଂକା ଜୋରିମାନା ପୈଠ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି।ଜରିମାନା ଅର୍ଥ ଅନାଦେୟ କ୍ଷେତ୍ରରେ 2 ଅଭିଯୁକ୍ତଙ୍କୁ ଅଧିକା 3 ମାସ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ଝାଡେଶ୍ୱର ମହାନ୍ତି ମୋକଦ୍ଧମା ପରିଚାଳନା କରୁଥିଲେ।
ରାଜ୍ୟ
ବାପା ଓ ପୁଅକୁ ଆଜୀବନ କାରାଦଣ୍ଡ ଆଦେଶ ସୁଣାଇଲେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ।
- Hits: 210