ଅଗରିଆ ସମାଜ ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିଦ ଏତେ ଡେରିରେ ଭାଙ୍ଗିଲା କାହିଁକି- ଶରତ ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଯଦି ରାଜ୍ୟରେ କୃଷକର ଆୟ ବୃଦ୍ଧି ଘଟୁ ନାହିଁ, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ, ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ଛି | ୭୨ ଭାଗ ମହିଳା ଯଦି ରକ୍ତହୀନତା ଓ ଅପପୃଷ୍ଟିରେ ଶୀକାର ହେଉଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଖରାପ ଏପରିକି ନିଜ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରେ ପୋଲିସ ଗୁଳିକରି ମାରୁଛି |ଏହାପରେ ଯଦି ମୁଖ୍ୟମନ୍ତ୍ରୀ ଦାବୀ କରୁଛନ୍ତି ବିକାଶ ହୋଇଛି ବୋଲି, ତାହାହେଲ ବିକାଶର ପରିଭାଷା ଓ ସଂଜ୍ଞାକଣ ?"

ଭୁବନେଶ୍ୱର - ଅଗରିଆ ସମାଜ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗୋଷ୍ଠୀ । ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲ୍ଲାରେ ବସବାସ କରିଥାନ୍ତି । ଏହି ସମାଜର ଲୋକମାନେ ଭୁବନେଶ୍ୱର ଓ କଟକକୁ ବହୁ ଗୁରୁତ୍ୱପୂର୍ଣ୍ଣ କାମରେ ପ୍ରତିଦିନ ଯିବାଆସିବା କରନ୍ତି । ଭୁବନେଶ୍ୱର ସହରରେ ତାଙ୍କ ପାଇଁ ଏକ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘଦିନ ଧରି ଜଣାଇ ଆସୁଛନ୍ତି ଏବଂ ଦାବିପତ୍ର ମଧ୍ୟ ବାରମ୍ବାର ପ୍ରଦାନ କରିଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଏ ଦୀର୍ଘଦିନର ଦାବି ପ୍ରତି ସାମାନ୍ୟ କର୍ଣ୍ଣପାତ ମଧ୍ୟ କରିନଥିଲେ । କିନ୍ତୁ ଝାରସୁଗୁଡ଼ା ଉପନିର୍ବାଚନରେ ଏହି ସମାଜର ଭୋଟକୁ ହାତେଇବା ପାଇଁ ଚାଲାକି କରି ଭୁବନେଶ୍ୱର ସହରରେ ଅଧଏକର ଜମି ଓ ତିନିକୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ଘୋଷଣା କେବଳ ରାଜନୈତିକ ଫାଇଦା ନେବାପାଇଁ ନା ପ୍ରକୃତରେ ଏହା କାର୍ଯ୍ୟକାରୀ ହେବ? ଯଦି ମୁଖ୍ୟମନ୍ତ୍ରୀଙ୍କର ଏହି ଗୋଷ୍ଠୀଙ୍କ ପ୍ରତି ଆନ୍ତରିକତା ଥାନ୍ତା ତାହେଲେ ଏହି ଦାବି ଦୀର୍ଘଦିନ ଧରି ପୂରଣ ନହେବାର କାରଣ କ’ଣ? ଏହାର ଉତର ମୁଖ୍ୟମନ୍ତ୍ରୀ ଦେବେକି? ସାମଗ୍ରିକ ଭାବରେ ଝାରସୁଗୁଡ଼ା ଜିଲ୍ଲା ଏକ ଶିଳ୍ପ ବହୁଳ ଜିଲ୍ଲା । ଏହି ଜିଲ୍ଲା ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କା ଦେଉଥିବା ବେଳେ ଏ ଜିଲ୍ଲାରେ ଲକ୍ଷ ଲକ୍ଷ ଲୋକଙ୍କୁ ଟିକିଏ ସ୍ୱଚ୍ଛ ପିଇବାପାଣି ମିଳିଲା ନାହିଁ? ପ୍ରାଥମିକ ଶ୍ରେଣୀଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ସରକାରୀ ଅଫିସମାନଙ୍କରେ ଶହ ଶହ ପଦବୀ ବର୍ଷ ବର୍ଷ ଧରି ଫାଙ୍କା ପଡ଼ିରହୁଛି । ଏ ଜିଲ୍ଲାର ଶିକ୍ଷିତ ଯୁବକମାନଙ୍କୁ ଏ ଜିଲ୍ଲାରେ ଥିବା ଶିଳ୍ପାଂଚଳ ମାନଙ୍କରେ କାହିଁକି ନିଯୁକ୍ତି ମିଳୁନାହିଁ? ଚାଷୀ ଆଜି ହନ୍ତସନ୍ତ ତାଙ୍କର ହକ୍ ପ୍ରାପ୍ୟ ତାଙ୍କୁ ମିଳୁନାହିଁ । ଏ ଅଂଚଳରେ ଯେତେ କୃଷିଭିତିକ ଶିଳ୍ପ କରାଯାଇଥିଲା ସବୁ ବନ୍ଦ । ୨୩ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଦୟାକରି ୪ଟି କୃଷିଭିତିକ ଶିଳ୍ପର ନା କହିବେ କି? କୃଷକମାନଙ୍କର କ୍ଷୟକ୍ଷତିକୁ ଏପର୍ଯ୍ୟନ୍ତ ଇନ୍ସୁରାନ୍ସ କମ୍ପାନୀ ଭରଣ କଲାନାହିଁ । ଏ ସମସ୍ତ ଇନସୁରାନ୍ସ କମ୍ପାନୀକୁ ରାଜ୍ୟ ସରକାର ବାଛିଛନ୍ତି । ଚାଷୀଙ୍କୁ ବୋନସ ଦେବା କଥା କୁହାଯାଇଥିଲା ଏପର୍ଯ୍ୟନ୍ତ ବୋନସ ଦିଆଯାଉ ନାହିଁ । କଂଗ୍ରେସ ସରକାର ସମୟରେ ଏ ଅଂଚଳରେ ଯେତେ ଶୀତଳ ଭଣ୍ଡାର କରାଯାଇଥିଲା ସବୁ ବନ୍ଦ ହୋଇଗଲା ନବୀନ ବାବୁଙ୍କ ସରକାର ସମୟରେ କିନ୍ତୁ ଗୋଟିଏ ବୋଲି ନୂଆ ଶୀତଳ ଭଣ୍ଡାର ୨୩ ବର୍ଷରେ କରି ନାହାନ୍ତି । ଏ ସକାର ବିକାଶ କଥା କହୁଛନ୍ତି । ଯଦି ରାଜ୍ୟରେ କୃଷକର ଆୟ ବୃଦ୍ଧି ଘଟୁ ନାହିଁ, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ, ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ଛି, ୭୨ ଭାଗ ମହିଳା ଯଦି ରକ୍ତହୀନତା ଓ ଅପପୃଷ୍ଟିରେ ଶୀକାର ହେଉଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଖରାପ ଏପରିକି ନିଜ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରେ ପୋଲିସ ଗୁଳିକରି ମାରୁଛି ଏହାପରେ ଯଦି ମୁଖ୍ୟମନ୍ତ୍ରୀ ଦାବୀ କରୁଛନ୍ତି ବିକାଶ ହୋଇଛି ବୋଲି ତାହାହେଲ ବିକାଶର ପରିଭାଷା ଓ ସଂଜ୍ଞାକଣ ମୁଖ୍ୟମନ୍ତ୍ରୀ ବୁଝିନାହାନ୍ତି ବୋଲି ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ।

0
0
0
s2sdefault