ହେଡଲାଇନସ୍:

ଝାରସୁଗୁଡା ନିର୍ବାଚନ ମୈଦାନରେ ଓହ୍ଲାଇଲେ "ରିଂକିୟା କେ ପାପା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟଙ୍କଧରଙ୍କ ପାଇଁ ପ୍ରଚାର କଲେ ବିଜେପି ସାଂସଦ ତଥା ପ୍ରସିଦ୍ଧ ଭୋଜପୁରୀ ଅଭିନେତା ମନୋଜ ତିୱାରୀ

ଝାରସୁଗୁଡା / ଭୁବନେଶ୍ୱର : “ବହୁତ ହେଲା ଅପରାଧ, ବହୁତ ହେଲା ଭ୍ରଷ୍ଟାଚାର; ଏଥର ଟଙ୍କଧର” । ଏକ ସୁରକ୍ଷିତ, ସୁସ୍ଥ, ଶିକ୍ଷିତ, ସମୃଦ୍ଧ ଝାରସୁଗୁଡା ଗଢି ତୋଳିବା ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତି "ରିଂକିୟା କେ ପାପା" ଫେମ ପ୍ରସିଦ୍ଧ ଭୋଜପୁରୀ ଚଳଚିତ୍ର ଅଭିନେତା ତଥା ବିଜେପି ସାଂସଦ ମନୋଜ ତିୱାରୀ ।
ଦଳୀୟ ପ୍ରାର୍ଥୀ ଟଙ୍କଧରଙ୍କ ସପକ୍ଷରେ ଭୋଟ ପ୍ରଚାର କରିବା ପାଇଁ ଦିନିକିଆ ଝାରସୁଗୁଡା ଗସ୍ତରେ ଆସିଥିବା ଶ୍ରୀ ତିୱାରୀ ଶୋଭାଯାତ୍ରାରେ ଯୋଗ ଦେଇ କହିଛନ୍ତି ଯେ, ମୋର ଓଡିଶା ସହ ବହୁ ଘନିଷ୍ଠ ସଂପର୍କ ରହିଛି । ରାଜ୍ୟର ସବୁଠୁ ବିତଶୀଳ ଜିଲ୍ଲା ହେଉଛି ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲା । ରାଜ୍ୟ ଅର୍ଥନୀତିରେ ଜିଲ୍ଲାର ପ୍ରମୁଖ ଭୁମିକା ରହିଛି । ଝାରସୁଗୁଡା ସମେତ ଓଡିଶାର ସାମଗ୍ରିକ ବିକାଶ ପାଇଁ ବିଜେପି ସଂକଳ୍ପବଦ୍ଧ । ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୁଳକ କାର୍ଯ୍ୟଧାରାରେ ସାମିଲ ହୁଅନ୍ତୁ ଝାରସୁଗୁଡାବାସୀ । ଆଗାମୀ ଦିନରେ ଜିଲ୍ଲାର ଆଶା ଓ ଭରସାଯୋଗ୍ୟ ହେବେ ଆମର ଦଳୀୟ ପ୍ରାର୍ଥୀ ଶ୍ରୀ ଟଙ୍କଧର ତ୍ରିପାଠୀ ବୋଲି ପ୍ରଚାର ଅବସରରେ ଆସି ଦୃଢତାର ସହ କହିଛନ୍ତି ଶ୍ରୀ ତିଓ୍ôାରୀ ।
ଆଜି ଅପରାହ୍ନରେ ବିଟିଏମ ଛକରୁ ବିଜେପି ସାଂସଦ ତଥା ପ୍ରସିଦ୍ଧ ଭୋଜପୁରୀ ଚଳଚିତ୍ର ଅଭିନେତ୍ରା ଶ୍ରୀ ମନୋଜ ତିୱାରୀ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସହ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ଭୋଟ ପ୍ରଚାର କରିଥିଲେ । ଶହ ଶହ ସଂଖ୍ୟାରେ ହଜାର ହଜାର ଯୁବ କାର୍ଯ୍ୟକର୍ତାମାନେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ସାଂସଦ ଶ୍ରୀ ସୁରେଶ ପୁଜାରୀ, ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ । ଶୋଭାଯାତ୍ରା ବିଟିଏମ ଛକସ୍ଥିତ ଦଳୀୟ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ ବାଇପାସ୍ ଦେଇ ସିରିଆ ବଗିଚା, ମାଲିପଡା, ଢିପୁପଡା, ଚୈାକିପଡା, ତେଲିଭଟା, କର୍ବିସ୍ଥାନପଡା, ଧର୍ସାଢିପାଠାରେ ଶେଷ ହୋଇଥିଲା । ରାସ୍ତାସାରା ବିଭିନ୍ନ ସ୍ଥାନରେ ସାଧାରଣବାସିନ୍ଦାମାନେ ଶୋଭାଯାତ୍ରାକୁ ବିପୁଳ ସ୍ୱାଗତ ଜଣାଇଥିଲେ ।
ଦଳୀୟ ପ୍ରାର୍ଥୀ ଶ୍ରୀ ତ୍ରିପାଠୀ ଆଜି ସକାଳେ ଝାରସୁଗୁଡା ସହର ଅନ୍ତର୍ଗତ ୨୩ ନମ୍ବର ଓ୍ôାର୍ଡର ରେଲେଓ୍ô କଲୋନୀରେ ପଦଯାତ୍ରାରେ ଯାଇ ଘରକୁ ଘରକୁ ବୁଲି ଭୋଟ ପ୍ରଚାର କରିଥିଲେ । ଏହା ପରେ ଅପରାହ୍ନରେ ଶ୍ରୀ ତ୍ରିପାଠୀ କିର୍ମିରା ବ୍ଲକର ବିଭିନ୍ନ ଅଂଚଳରେ ଘରକୁ ଘରକୁ ଯାଇ ଭୋଟ ପ୍ରଚାର କରିଥିଲେ ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ଜୁଏଲ ଓରାମ ଓ ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ନାଉରୀ ନାଏକ, ଡ.ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, କୁସୁମ ଟେଟେ, ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଗୋଲକ ମହାପାତ୍ର, ଡ,ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ଝାରସୁଗୁଡା ସହର, କିର୍ମିରା, ଲଇକେରା କୋଲାବିରାର ବିଭିନ୍ନ ଅଂଚଳ ବୁଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ ।

0
0
0
s2sdefault