ପ୍ରସିଦ୍ଧ ବୈଶାଖ ମେଳା ର ଆଜି ଚତୁର୍ଥ ଦିନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉପଜିଲ୍ଲାପାଳ ଙ୍କର ଦ୍ୱାରା ବୈଶାଖ ମେଳା ପରିସର ରେ ଉପଖଣ୍ଡ ସାମ୍ବାଦିକ ସଂଘର ଜଳଛତ୍ର ଉଦଘାଟନ

ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ଙ୍କର ପବିତ୍ର ପୀଠରେ ବିଗତ ଏକ ତାରିଖରୁ ମହାପ୍ରଭୁଙ୍କ ଙ୍କର ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳା ର ଦିବ୍ୟ ଓ ଭବ୍ୟ ଆୟୋଜନ କରାଯାଉଛି । ଦୀର୍ଘ ପାଞ୍ଚଦିନ ବ୍ୟାପି ହେବାକୁ ଥିବା ଏହି ଆୟୋଜନ ର ଆଜି ଚତୁର୍ଥ ଦିବସରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଏକ ଶୀତଳ ପାନୀୟ ଜଳ ବଣ୍ଟନ କେନ୍ଦ୍ର ଖୋଲା ଯାଇଛି । ମେଳାକୁ ଆସୁଥିବା ଯାତ୍ରୀ ଓ ପର୍ଯଟକ ମାନଙ୍କ ପାଇଁ ଶୀତଳ ଜଳ ( ଉଭୟ ବୋତଲ ଓ ମାଠିଆ ଜଳ ) ର ସୁବ୍ୟବସ୍ଥା କରାଯାଇଛି । ନୃସିଂହନାଥ ଫରେଷ୍ଟ ରେଞ୍ଜ ର ପୁରୁଣା ଅଫିସ ସମ୍ମୁଖରେ ଖୋଲା ଯାଇଥିବା ଏହି ଜଳଛତ୍ର କୁ , ଚଳିତ ବର୍ଷ ବୈଶାଖ ମେଳା କୁ ପ୍ରତକ୍ଷ ଭାବରେ ମାର୍ଗଦର୍ଶନ ଦେଉଥିବା ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର ଓ ମନ୍ଦିରର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ ଜରିଥିଲେ । ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଶ୍ରୀ ବଡ଼ ସଥପଥୀ , ସମ୍ପାଦକ ଶ୍ରୀ ରମେଶ ବାରିକ , କୋଷାଧ୍ୟକ୍ଷ ଶ୍ରୀ ସୁରଥ ସାହୁ , ଜୋହନ କୁମ୍ଭାର , ଦେବେନ ପ୍ରଧାନ, ପ୍ରଦୀପ୍ତ ଦାସ , କିରଟି ସାହୁ ଓ ଅନ୍ୟାନ୍ୟ ସଭ୍ୟ ମାନଙ୍କର ଉପସ୍ଥିତି ରେ ସ୍ୱାମୀ ଦାୟନନ୍ଦ ଗୁରୁକୂଳ ଯୋଗାଶ୍ରମ ର ଅନ୍ତେବାସି ମାନଙ୍କ ମନ୍ତ୍ରପାଠ ପରେ ଉପଜିଲ୍ଲାପାଳ ଜଳଛତ୍ର ର ଉଦଘାଟନ କରିଥିଲେ ।
ଅନ୍ୟପଟେ ଉପଜିଲ୍ଲାପାଳ ନିଜେ ପ୍ରତେକ ଦିନ ସିଧାସଳଖ ଭାବରେ ମେଳା ଯେମିତି ସୁରୁଖୁରୁରେ ଚାଲିବ ସେଥିପ୍ରତି ଦୃଷ୍ଟି ରଖିବା ସହିତ ନିଜେ ବାରମ୍ବାର ପରିଦର୍ଶନ କରିଛନ୍ତି । ମେଳାରେ ପୋଲିସ ବିଭାଗ ମଧ୍ୟ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ ଙ୍କର ନେତୃତ୍ବରେ ଓ ପାଇକମାଲ ଥାନା ଅଧିକାରୀ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ସତର୍କ ରହିଛି । ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା , ପାନୀୟ ଜଳ , ବିଦ୍ୟୁତ ବିଭାଗ , ଅଗ୍ନିଶମ ବିଭାଗ ର କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ମଧ୍ୟ ମେଳା ପରିଚାଳନା ପାଇଁ ନିଜର କାର୍ୟ୍ଯ ସୁରୁଖୁରୁରେ ସମ୍ପାଦନ କରୁଥିବା ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।।

0
0
0
s2sdefault