ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଶିକ୍ଷକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ / ରାଉରକେଲା (ବସନ୍ତ କୁମାର ଜେନା):- ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ସ୍କୁଲ ରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆସି ତାଙ୍କ ପ୍ରତି ସରକାରଙ୍କ ଅବହେଳା ନୀତି ଓ ଦୁଇ ମାସର ବକେୟା ଦରମା ସମ୍ବନ୍ଧେ ବଣେଇ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି।
ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମୂଳ ଦାବି ଗୁଡିକ ହେଉଛି ଯେ ସରକାର ଅକ୍ଟୋବର ମାସରୁ ଶିକ୍ଷା କ୍ଷେତ୍ରରେ ଚୁକ୍ତି ଭିତ୍ତିକ ପ୍ରଥା କୁ ଉଚ୍ଛେଦ କରିଥିଲେ କିନ୍ତୁ ଆଜି ଯାଏ ଏହାକୁ 6 ମାସରୁ ଉର୍ଦ୍ଧ୍ବ ସମୟ ବିତିଗଲା ପରେ ମଧ୍ୟ ଏହି ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଉପରେ କାର୍ଯ୍ୟକାରୀ ହୋଇପାରିନାହିଁ । ତେବେ କେଉଁଥି ପାଇଁ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି ଗଣ ଶିକ୍ଷା ବିଭାଗ। ସମସ୍ତ ସ୍କୁଲ ର ନିଯୁକ୍ତି ହୋଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦରମା ମଧ୍ୟ ବଢା ଯାଉ ନାହିଁ ଯାହାଫଳରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସରକାର ଗୋଟିଏ ପକ୍ଷରେ ଘୋଷଣା କରୁଛନ୍ତି କିନ୍ତୁ ଅନ୍ୟ ପକ୍ଷରେ ଏହା କାର୍ଯ୍ୟକାରୀ ହେବାର ନା ନେଉନାହିଁ। ତେବେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଚୁକ୍ତି ଭିତ୍ତିକ କାର୍ଯ୍ୟ କରୁଥିବାରୁ ବିଭିନ୍ନ ସରକାରୀ ସୁବିଧା ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ। ଏବଂ ଯଦି କେତେବେଳେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେଉଛି ଏବଂ କେହି ଜଣେ ଶିକ୍ଷକ ଶିକ୍ଷୟତ୍ରୀ ମୃତ୍ୟୁ ବରଣ କରୁଛି ତେବେ ତାଙ୍କର ପରିବାର କୁ ମଧ୍ୟ ସରକାର କୌଣସି ପ୍ରକାର ସାହାଯ୍ୟ ଦେଉନାହାନ୍ତି। ତେଣୁ ଚୁକ୍ତି ଭିତ୍ତିକ ନିଯୁକ୍ତି ରେ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁ ଅସୁବିଧାରେ ନିଜର ଜୀବନ ଯାପନ କରୁଛନ୍ତି ଏବଂ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସମସ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତ ହୋଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ରେଗୁଲାର କରାଯାଉ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦରମା ବଢାଯାଉ ଏବଂ ବିଭିନ୍ନ ସରକାରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ବୋଲି ଦାବି କରିବା ସହ ଦୁଇ ମାସର ବକେୟା ଦରମା ଯଥାଶୀଘ୍ର ପ୍ରଦାନ କରାଯାଉ ବୋଲି କହିଛନ୍ତି।।

0
0
0
s2sdefault