ବିଜେପି ପାଦ ତଳୁ ଖସୁଛି ଅତଡ଼ା : ଅସମ୍ଭବଠୁ ଦୂରରେ ମିଶନ ଝାରସୁଗୁଡା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉପନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା:ଶଙ୍ଖ ଫୁଙ୍କିଲେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ

  •  ୨୫ ବର୍ଷ ଧରି ବିଜେପିର ବହୁ ପଦପଦବୀରେ ଥିଲେ

  •  ନବ ଦାସଙ୍କ ହତ୍ୟାକୁ ନେଇ କିଛି ବିଜେପି ନେତାଙ୍କ ହୀନ ରାଜନୀତି ଦୁଃଖ ଦେଇଥିଲା

  •  ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶ ଓ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିକୁ ଆସିଲି: ମଙ୍ଗଲ ସାହୁ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ଆଜି ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିଛି। ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି।
ଆଜି ମଧ୍ୟାହ୍ନରେ ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦଳୀୟ ଉତ୍ତରୀୟ ପିନ୍ଧାଇ ତାଙ୍କୁ ସ୍ଵାଗତ କରିଥିଲେ ଏବଂ ଶ୍ରୀ ସାହୁଙ୍କ ଯୋଗଦାନ ଫଳରେ ଝାରସୁଗୁଡ଼ାରେ ବିଜେଡି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି କହିଥିଲେ।
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାହୁ କହିଥିଲେ ଯେ ଝାରସୁଗୁଡ଼ା ଜିଲ୍ଲାରେ ବିଜେପିର ସଂଗଠନ କେମିତି ବୃଦ୍ଧି ହେବ, ସେଥିପାଇଁ କଠିନ ପରିଶ୍ରମ କରିଥିଲି। ଦିନରାତି ଏକ କରି ପାର୍ଟି ପାଇଁ ପ୍ରଚାର କରିଥିଲି। ତେବେ ପାର୍ଟିର କିଛି ନେତା ନୀତି, ଆଦର୍ଶ ଭୁଲି ମିଥ୍ୟାର ରାଜନୀତି କରୁଥିବାରୁ ଆଜି ମୁଁ ଅତ୍ୟନ୍ତ କ୍ଷୋଭର ସହ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଯେତେବେଳେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା, ଆମେ ଅଲଗା ଦଳରେ ଥିଲେ ବି ଜଣେ ନେତାଙ୍କର ଏଭଳି ହତ୍ୟାକାଣ୍ଡ ମୋତେ ବ୍ୟଥିତ କରିଥିଲା। ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଚାହୁଁଥିଲୁ ଦୋଷୀକୁ କଠୋର ଦଣ୍ଡ ମିଳୁ। କିନ୍ତୁ କିଛିଦିନ ଭିତରେ ବିଜେପିର କିଛି ନେତା ଏହାକୁ ନେଇ ହୀନ ରାଜନୀତି କରିବା ଆରମ୍ଭ କରିଦେଲେ। ହତ୍ୟାକାଣ୍ଡ ସମ୍ପର୍କରେ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା କାହାଣୀ ତିଆରି କରି ବିଭିନ୍ନ ସମୟରେ ଅଲଗା ଅଲଗା ଅଭିଯୋଗ କଲେ। ଏହା ମୋତେ ଦୁଃଖ ଦେଲା, ଆଚମ୍ବିତ କଲା ଏବଂ ଶକ୍ତ ଆଘାତ ଦେଲା। କିଛି ନେତା ଏଭଳି କାହିଁକି କରୁଛନ୍ତି ବୋଲି ସେତେବେଳେ ମୁଁ ପାର୍ଟି ଭିତରେ ପ୍ରଶ୍ନ ଉଠାଇଥିଲି ଏବଂ ବରିଷ୍ଠ ନେତାମାନଙ୍କ ଆଗରେ ମୋ ମତ ରଖିଥିଲି। ମାତ୍ର କେହି ମୋ କଥା ଶୁଣିଲେନି। ପଦ୍ମପୁର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତ ଯେତେବେଳେ କହିଲେ ଯେ ନବଦାସଙ୍କ ଝିଅ ଦୀପାଳି ହତ୍ୟାକାରୀ ସହ ମିଶି ଯାଇଛନ୍ତି; ତାହା ମୋତେ ଗଭୀର ଆଘାତ ଦେଲା। କେବଳ ରାଜନୈତିକ ଫାଇଦା ପାଇଁ ଜଣେ ବାପଛେଣ୍ଡ ଝିଅ ବିରୋଧରେ ବିଜେପି ନେତାମାନଙ୍କ ଏଭଳି ମିଥ୍ୟାଚାର ଓ ଆତ୍ମପ୍ରବଞ୍ଚନାକୁ ମୁଁ ସହି ପାରିଲି ନାହିଁ। ଆମ ସମସ୍ତଙ୍କ ଘରେ ବି ଝିଅ ଓ ଭଉଣୀ ଅଛନ୍ତି। ରାଜନୀତି ତା’ ବାଟରେ ହେବା କଥା। କିନ୍ତୁ ମୁଁ ଯେତେବେଳେ ହୃଦବୋଧ କଲି ଯେ ଏମାନେ ରାଜନୀତି ପାଇଁ କିଛି ବି କରିପାରନ୍ତି, ମୁଁ ଆଉ ଏଭଳି ପାର୍ଟିରେ ରହିବିନି ବୋଲି ସ୍ଥିର କଲି।
ଶୀ ସାହୁ ଆହୁରି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ନିରନ୍ତର ବିକାଶ ହେଉଛି। ବିଜୁ ଜନତା ଦଳ ଦ୍ବାରା ଓଡ଼ିଶାର ପ୍ରତ୍ୟେକ ବର୍ଗ ଉପକୃତ ହେଉଛନ୍ତି। ମୁଁ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇଛି। ତେଣୁ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲି। ଆଜିଠାରୁ ମୁଁ ମୋର ସମସ୍ତ ଶକ୍ତି ଖଟାଇ ବିଜେଡି ପାଇଁ କାମ କରିବି। ଝାରସୁଗୁଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିକାଶର ଧାରାକୁ ଆଗେଇ ନେବା ଲାଗି ଦଳ ମୋତେ ଯେଉଁ ଦାୟିତ୍ବ ଦେବ ତାହା ନିଷ୍ଠାର ସହ ନିର୍ବାହ କରିବି ବୋଲି ସେ କହିଥିଲେ।
ଏହି ମିଶ୍ରଣ ସଭାରେ ଶ୍ରୀ ମଙ୍ଗରାଜ ଅଧ୍ୟକ୍ଷତା କରିଥିବା ବେଳେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବିଜେଡି ନେତା ମୌସମ ମିଶ୍ର ଉପସ୍ଥିତ ଥିଲେ।

0
0
0
s2sdefault