ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ମେଗା ରକ୍ତ ଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନବରଙ୍ଗପୁର ଜିଲ୍ଲା/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି ଦୁଇଗୋଟି ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଦୁଇଗୋଟି ଟିମ୍ ଉଭୟ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ | ସମ୍ବାଦ - ଆମ ଓଡ଼ିଶା ଏବଂ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଏହି ରକ୍ତ ଦାନ ଶିବିରରେ ପାଖାପାଖି ୨ ଶହ ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ସକାଳ ୯ଟା ଠାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା ବୋଲି ଆୟୋଜକଙ୍କ ଠାରୁ ସୂଚନା ମିଳିଛି l ଏହି ଶିବିର ଗୁଡିକରେ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ତଥା ଆଶାକର୍ମୀ ମାନେ ସହଯୋଗ କରିଥିଲେ | ପ୍ରକାଶ ଥାଉକି ଏହି ଶିବିର ନିମନ୍ତେ ରାଇଘର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଚାର ପ୍ରସାର ଜୋର୍ କରାଯାଇଥିଲା | ହାଟଭରାଣ୍ଡି ଚିକିତ୍ସାଧିକାରୀ ଡଃ ଦଶରଥ ନାଗଙ୍କ ନେତୃତ୍ୱରେ ଗତକାଲି ଏକ ରାଲିର ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା |

0
0
0
s2sdefault