ହେଡଲାଇନସ୍:

କିଟ୍‍ ଓ ଜର୍ଜ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୨ ।୫: କିଟ୍‍ ବିଶ୍ୱବିଦ୍ୟାଳୟ ଓ ଆମେରିକାର ଜର୍ଜ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟ ସ୍କୁଲ୍‍ ଅଫ୍‍ ବିଜିନେସ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଏବଂ ଜର୍ଜ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ପ୍ରୋଭୋଷ୍ଟ ତଥା ଏକାଡେମିକ୍‍ ଆଫାୟାର୍ସ କାର୍ଯ୍ୟକାରୀ ଉପସଭାପତି ଖ୍ରୀଷ୍ଟଫର୍‍ ବ୍ରାକେ ସ୍ୱାକ୍ଷର କରିଛନ୍ତି। ବୁଝାମଣପତ୍ର ଅନୁଯାୟୀ ଉଭୟ ଅନୁଷ୍ଠାନ ଉଚ୍ଚଶିକ୍ଷିତ ବ୍ୟକ୍ତିମାନଙ୍କୁ ଆକାଉଣ୍ଟିଂ ଆନାଲିଟିକ୍‍ସବିଜିନେସ୍‍ ଆନାଲିଟିକ୍‍ସଫାଇନାନ୍ସଇନ୍‍ଫରମେସନ୍‍ ସିଷ୍ଟମ୍‍ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏବଂ ଇଣ୍ଟରଡିସିପ୍ଲିନାରୀ ବିଜିନେସ୍‍ ଷ୍ଟଡିଜ୍‍ ଆଦି କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ କରିବେ। କିଟ୍‍ର ଛାତ୍ରଛାତ୍ରୀମାନେ ଜର୍ଜ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟରେ ବିଜିନେସ୍‍ ଆନାଲିଟିକ୍ସପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏବଂ ଇନ୍‍ଫରମେସନ୍‍ ସିଷ୍ଟମ୍‍ ଟେକ୍ନୋଲୋଜିରେ ସ୍ନାତକୋତ୍ତର (ମାଷ୍ଟର ଡିଗ୍ରୀ) ପଢ଼ିଲେ ସେମାନଙ୍କୁ ଏହିସବୁ ପାଠ୍ୟକ୍ରମରେ ୬ଟି କ୍ରେଡିଟ୍‍ କରିବାକୁ ପଡ଼ିବ ନାହିଁ । ଏହା ଦ୍ୱାରା ମ୍ୟାନେଜମେଣ୍ଟ କ୍ଷେତ୍ରରେ ଉଚ୍ଚଶିକ୍ଷା ଲକ୍ଷ୍ୟ ରଖିଥିବା ଓଡ଼ିଶା ତଥା ଭାରତୀୟ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଛନ୍ତି। ଏହି ପ୍ରୟାସ ପାଇଁ  କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜର୍ଜ ରିଂଟନ୍‍ ବିଶ୍ୱବିଦ୍ୟାଳୟର ସଭାପତି ମାର୍କ ଏସ୍‍. ୱାଶିଂଟନ୍‍ ଏବଂ ବିଶ୍ୱବିଦ୍ୟାଳୟ ବିଜିନେସ୍‍ ସ୍କୁଲ୍‍ର ଗ୍ରାଜୁଏଟ୍‍ ପ୍ରୋଗ୍ରାମ ଭାଇସ୍‍ ଡିନ୍‍ ଶିବରାଜ କାନୁନ୍‍ଗୋଙ୍କୁ ଧନ୍ୟବାଦ ଜଣାଇଛନ୍ତି।

0
0
0
s2sdefault