ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତାଳଚେର ଅଞ୍ଚଳର ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡିକ ସମୀକ୍ଷା ଏବଂ ଟ୍ରାଫିକ୍ ସୁବିଧା କାର୍ଯ୍ୟଗୁଡିକର ନୀରିକ୍ଷଣ |

ଭୁବନେଶ୍ୱର(ଶାସକ ପ୍ରଶାସକ): ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି | ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ମଧ୍ୟ ଉପସ୍ଥିତ ଥିଲେ |

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ | 150 କିଲୋମିଟର ଦୈର୍ଘ୍ୟ ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସୁଦୂର ଅଞ୍ଚଳରେ ଚାଲୁରହିଛି ଏବଂ ଏହାକୁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ତଦାରଖ କରୁଛନ୍ତି |

ତାଳଚେର ଏବଂ ସୁନାଖଣି ମଧ୍ୟରେ 17.62 କି.ମି. ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି | ସୁନାଖଣି-ସାମଲ-ପାରାବିଲ ମଧ୍ୟରେ 16.31 କି.ମି. ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଅଛି | ଜମି ଅଧିଗ୍ରହଣରେ ବିଳମ୍ବ ଏବଂ ଅନେକ ଜମି ସମ୍ବନ୍ଧୀୟ ବିବାଦ ଏବଂ ଅଦାଲତ ମାମଲାଗୁଡ଼ିକର ବଳବତ୍ତର ଯୋଗୁଁ ନିର୍ମାଣ କାର୍ଯ୍ୟ ମନ୍ଥର ଗତି ଘଟାଉଥିଲା ଯାହା ବର୍ତ୍ତମାନ ସମାଧାନ ପନ୍ଥାରେ ଅଛି ଏବଂ ଜମି ହସ୍ତାନ୍ତର ପ୍ରକ୍ରିୟାକରଣ ସ୍ପଷ୍ଟ ହେବା ପରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ |

ଉନ୍ନତ ଯାତାୟାତ ଗତିବିଧି ତଥା ହିତାଧିକାରୀ ଏବଂ ଶିଳ୍ପସଂସ୍ଥାକୁ ସୁବିଧା ଯୋଗାଇଦେବା ପାଇଁ ଶ୍ରୀ ଶର୍ମା ତାଳଚେରରେ ରେଳ ସାଇଡିଙ୍ଗ ନୀରିକ୍ଷଣ କରିଥିଲେ | ଟ୍ରାଫିକ୍ ଓ ଟ୍ରେନ ଯାତାୟାତ ସୁବିଧା କାର୍ଯ୍ୟର ସମୀକ୍ଷା କରି ମହାପ୍ରବନ୍ଧକ ଶ୍ରୀ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ଅଞ୍ଚଳରେ ଅସୁବିଧା ମୁକ୍ତ ଟ୍ରାଫିକ୍ ଗତିବିଧି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

0
0
0
s2sdefault