ଭୁବନେଶ୍ୱର,:ଗ୍ରୀଷ୍ମ ଅବକାଶକାଳୀନ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶାଙ୍କ ପକ୍ଷରୁ "ଅବକାଶକାଳୀନ ଗୃହକାର୍ଯ୍ୟ' (Holiday Homework Programme) ମଇ ୧ତାରିଖରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛିା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଜିଲ୍ଲାକୁ ସ୍ଥିରୀକୃତ କାର୍ଯ୍ୟାନ୍ୱୟନ ପ୍ରଣାଳୀ (ଗକ୍ସP) ଏବଂ ନିୟମାବଳୀ ପ୍ରେରଣ କରାଯାଇ ଏହାକୁ ବିଧିବଦ୍ଧ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛିା
ଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହୟତା କେନ୍ଦ୍ର (Help Desk Cell) ଖୋଲାଯାଇ ପ୍ରତିଦିନ ୪ ଜଣ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକକୁ ନିୟୋଜିତ କରାଯାଇଅଛିା ଏହି କାର୍ଯ୍ୟକ୍ରମ ମଇ ୧ ତାରିଖରୁ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟଦିବସରେ ସକାଳ ୬.୦୦ଘଟିକା ରୁ ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବା ପ୍ରତ୍ୟେକ ଶିକ୍ଷାର୍ଥୀ ପାଖରେ ସହୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଦେୟମୁକ୍ତ ନମ୍ବର (Toll Free Number)ର ବ୍ୟବସ୍ଥା କରାଯାଇଅଛିା ଏହି ଦେୟମୁକ୍ତ ନମ୍ବରକୁ (Toll Free Number) ଶିକ୍ଷାର୍ଥୀମାନେ ସେମାନଙ୍କର ଅବକାଶକାଳୀନ ଗୃହକାର୍ଯ୍ୟ ସମ୍ବନ୍ଧିତ ପ୍ରଶ୍ନ ସିଧାସଳଖ ପଚାରିପାରିବେ ଏବଂ ସହୟତା କେନ୍ଦ୍ର (Help Desk Cell)ରେ ନିୟୋଜିତ ଶିକ୍ଷକଶିକ୍ଷୟିତ୍ରୀମାନେ ଶିକ୍ଷାର୍ଥୀମାନଙ୍କର ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ କରିବୋ
ଏତଦ୍ବ୍ୟତୀତ ବିଦ୍ୟାଳୟ ସ୍ତରରେ ଗୃହକାର୍ଯ୍ୟ ସମ୍ବନ୍ଧୀୟ ତଦାରଖ ବ୍ୟବସ୍ଥା କରାଯାଇଛିା ଟୋଲ-ଫ୍ରି ନମ୍ବର ବ୍ୟତୀତ ଅନ୍ୟ ଏକ ନମ୍ବରରୁ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ସହ ସହାୟତା କେନ୍ଦ୍ରରୁ ଯୋଗାଯୋଗ କରାଯାଇ ଏ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବାକୁ ନିର୍ଦ୍ଦେଶ ରହିଛିା
ଉଭୟ ଟୋଲ-ଫ୍ରି ନମ୍ବରରେ ତଥା ବିଦ୍ୟାଳୟ ସହ ଯୋଗାଯୋଗ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସ୍ୱତନ୍ତ୍ର ରେଜିଷ୍ଟରରେ ଲିପିବଦ୍ଧ କରାଯାଉଛିା ପ୍ରତିଦିନ ରାଜ୍ୟସ୍ତରରେ "ବିଦ୍ୟା ସମୀକ୍ଷା କେନ୍ଦ୍ରରୁ' ଏହାର ତଦାରଖ ତଥା ସମୀକ୍ଷା କରିବାର ବ୍ୟବସ୍ଥା କରାଯାଉଛିା
ରାଜ୍ୟ
ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ଗ୍ରୀଷ୍ମ ଅବକାଶକାଳୀନ ପାଠପଢ଼ା ପାଇଁ ସମସ୍ତ ଜିଲ୍ଲାରେ ଟୋଲ- ଫ୍ରି ନମ୍ବରର ବ୍ୟବସ୍ଥା
- Hits: 330