ନୟାଗଡ଼: ବିରୁଡ଼ା ଗ୍ରାମ ପଞ୍ଚାୟତ ରେ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧ୍ୟାକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ ହୋଇଅଛି । ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ଜେନା ଅତିଥ୍ ପରିଚୟ ଏବଂ ସଭାର ତାତ୍ପର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ବିଶେଷ କୁମାର ସାହୁ ଶ୍ରମିକ ସୁରକ୍ଷାର ଅଇନିଗତଦିଗ ତର୍ଜମା କରିଥିଲେ । ପ୍ରାଧିକରଣ ସଭ୍ୟ ମହମ୍ମଦ ଉମର ମଲ୍ଲିକ ଗ୍ରାମ୍ୟ ଜୀବନ ରେ ଶାନ୍ତି ଏବ ସୁହାନୁଭିଭି ବୁଝାଇଥିଲେ ।
ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା ପ୍ରାଧିକରଣ ର ସୁବିଧା ବୁଝାଇଥିଲେ । ପ୍ରାଧୁକରଣ କର୍ମଚାରୀ ଶ୍ରୀ ପବନ କୁମାର ବେହେରା ଶ୍ରମିକ ମାନଙ୍କ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଭାରତ ରେ ନୟାଗଡ ଜିଲ୍ଲା ବିରୁଡ଼ା ଏକମାତ୍ର ପଞ୍ଚାୟତ ଯେଉଁଠାରେ ସମସ୍ତ ପ୍ରତିନିଧ୍ଵ ମହିଳା ଅଟନ୍ତି । ସମସ୍ତ ପ୍ରତିନିଧି ଙ୍କ ସହିତ ପ୍ରାୟ ଦେଢ଼ଶହ ବ୍ୟକ୍ତି ଉପସ୍ଥିତ ଥିଲେ, ସରପଞ୍ଚ ବିଷ୍ଣୁପ୍ରିୟା ସ୍ବାଇଁ ଏବଂ ସମିତିସଭ୍ୟା ଶୁଭଲକ୍ଷ୍ମୀ ସାହୁ ନିଜ ନିଜର ମତାମତ ବ୍ୟକ୍ତ କରିଥିଲେ । ସରପଞ୍ଚ ଧନ୍ୟବାଦ ପ୍ରଦାନ କରିଥିଲେ ।
ରାଜ୍ୟ
ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ
- Hits: 228