ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ : ଦୁଇ ଭାଇ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର/ ରିତେଶ ବ୍ରହ୍ମା : ଭୁବନରେ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଭୁବନ ଅବକାରୀ ଅଧିକାରୀ ସୌରଭ ମିଶ୍ର ସୁରାଗ ପାଇ ଢେଙ୍କାନାଳ ଅବକାରୀ ସ୍କ୍ୱାଡ଼ ଓ କାମାକ୍ଷାନଗର ଅବକାରୀ ବିଭାଗ ଓ ଭୁବନ ଥାନାର ସହଯୋଗରେ ଭୁବନରେ ଚଢାଉ କରାଯିଇଥିଲା । ତେବେ ଏକ କାଠ ମିଲରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଥିବା ଯାଣି କାଠମିଲ ମାଲିକ ସତ୍ୟାନନ୍ଦ ସାହୁଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ କାଠମିଲର ଗେଟ ଚାବି ମାଲିକ ନଦେବାରୁ ଅବକାରୀ ବିଭାଗ ତରଫରୁ ତାଲା ଭଙ୍ଗି ମିଲ ମଧ୍ୟରେ ପ୍ରବେଶ କରି ତଲାସ କରିଥିଲେ । ତଲାସରେ ପାଖାପାଖି ୧୦୦ ରୁ ୨୦୦ ଗଞ୍ଜେଇ ପ୍ୟାକେଟ ମିଳିଥିଲା । ସମସ୍ତ ଗଞ୍ଜେଇ ପ୍ୟାକେଟକୁ ଜବତ କରିବା ସହିତ ଦୁଇ ଜଣକୁ ଗିରଫ କରାଇଥିଲା । ତେବେ ଗିରଫ ଦୁଇ ଜଣ ଭୁବନ NAC ଓ୍ବାର୍ଡ ନଂ-୭ ର ଅଜୟ ସାହୁ ଓ ସତ୍ୟାନନ୍ଦ ସାହୁ ବୋଲି ଜଣାପଡିଛି । ସତ୍ୟାନନ୍ଦ ସାହୁ ଏହା ପୂର୍ବରୁ ୬୨ କିଲୋ କଞ୍ଜେଇ ସହିତ ଧରାପଡି ଜେଲ ଜାଇଥିଲେ । ତେବେ ଏହି ଚଢାଉରେ କାମାକ୍ଷାନଗର ଅବକାରୀ ଅଧିକାରୀ ସଞ୍ଜିବ ଶର୍ମା, ଭୁବନ ଅବକାରୀ ଅଧିକାରୀ ସୌରଭ ମିଶ୍ର, ଢେଙ୍କାନାଳ ଅବକାରୀ ସ୍କ୍ବାର୍ଡ ଅଧିକାରୀ ଲକ୍ଷଦେବ ପ୍ରଧାନ, ଭୁବନ ଥାନାଧିକାରୀ ସୌଭାଗ୍ୟ ସ୍ବାଇଁ ସହଯୋଗ କରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଭୁବନରୁ କାମାକ୍ଷାନଗର ଅବକାରୀ ବିଭାଗ ହାଜତକୁ ନିଆଯାଇଥିବା ଜଣାପଡିଛି ।

0
0
0
s2sdefault