ବରଗଡ ;- ବରପାଲି ନିକଟସ୍ଥ କାଇଁଶିର ଗ୍ରାମ ରେ ତେଇଶ ତମ ଝରନ ମହୋତ୍ସବ ଅନୁଷ୍ଠିତ ହେଇଯାଇଛି ll ଓକିଲ ଦେହେରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ , ସମ୍ମାନିତ ଅତିଥି ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ , ମୁଖ୍ୟ ବକ୍ତା ରୂପେ ପ୍ରଦ୍ୟୁମ୍ନ ତ୍ରିପାଠୀ ଯୋଗ ଦେଇ ଝରନ ମହୋତ୍ସବ କୁଁ କଳା ସାହିତ୍ୟ ସଂସ୍କୃତି ର ଏକ କୁମ୍ଭମେଳା ଅଟେ ବୋଲି ମତ ପ୍ରକାଶ କରିଥିଲେ ll ପ୍ରାରମ୍ଭ ରେ ନୁଆଁଝରନ ପତ୍ରିକା ର ସମ୍ପାଦକ ତଥା ଝରନ ମହୋତ୍ସବ ର ମୁଖ୍ୟ ଉଦ୍ୟୋକ୍ତ୍l କବି କିଶୋର ସାହୁ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ ll ଏହି ଅବସରରେ ସାହିତ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଶେଷଦେବ ଭୋଇ , କବିତା କ୍ଷେତ୍ର ରେ କବି ତରଣୀସେନ ଜେନା , ସମାଜ ସେବା କ୍ଷେତ୍ରରେ ଅରକ୍ଷିତ ମହାନନ୍ଦ ଓ ଲାଇଫ ଲାଇନ ଅନୁଷ୍ଠାନ, ବରପାଲି ଙ୍କୁ ମୁଖ୍ୟଅତିଥି ମାନିନୀ ଭୋଇ ଏବଂ ସମ୍ମାନିତ ଅତିଥି ନୀତିଶ ଆଚାର୍ଯ୍ୟ , ଉପଢ଼ୌକନ , ମାନପତ୍ର ଏବଂ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ll ଏହି ଅବସରରେ ଅନୁଷ୍ଠିତ କବିତା ଆସର ରେ ନାରୀ କବି ଅହଲ୍ୟା ପଧାନ , ଘରଯୁଗୀବାରିକ , ନିବେଦିତା ସ୍ୱାଇଁ , ଶିଶିର ପୁରୋହିତ ପ୍ରମୁଖ କବିତା ପାଠ କରିଥିଲେ ll କିଶୋର ସାହୁ ଙ୍କ ସମ୍ପାଦନା ରେ ପ୍ରକାଶିତ "ନୁଆଁ ଝରନ"ପତ୍ରିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ll ଅନ୍ୟତମ ସ୍ୱତନ୍ତ୍ର ଅତିଥି ରୂପେ କାଁଇଶିର ସରପଞ୍ଚ ଅହଲ୍ୟା ସେଠ, ଆଗଲ ପୁର ସମବାୟ ସମିତି ସଭାପତି ବୀରସେନ ସାହୁ ,ବରପାଲି ସମବାୟ ସମିତି ସଭାପତି ଗୁରୁ ମେହେର ମଧ୍ୟ ଉପସ୍ଥିତ ଥିଲେ ll ଚଟନିମାଷ୍ଟର ଗୌର ସା ଙ୍କ ନୃତ୍ୟ ଦଳ ଏବଂ ବଡ଼କରଲେ ର ସମ୍ବଲପୁରୀ ନାଟକ କୁ ପ୍ରତିକୂଳ ପାଗ ଥିଲେ ହେଁ ବହୁ ସଂଖ୍ୟା ରେ ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ ll ପରିଶେଷ ରେ ଝରନପରିବାର ତରଫରୁ କବି ଭରତ ନାଏକ , ସୁନୀଲ ପଧାନ ଏବଂ ଗିରିଧାରୀ ପାତ୍ର ଯୁଗ୍ମ ଭାବରେ ଧନ୍ୟବାଦ ଜ୍ଞାପନ କରିଥିଲେ l
ରାଜ୍ୟ
ଝରନ ମହୋତ୍ସବରେ ସମ୍ନାନିତ ହେଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲାଇଫ ଲାଇନ
- Hits: 219