ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୋଦିଙ୍କ ବାର୍ତ୍ତା ପ୍ରେରଣା ର ଉତ୍ସ:ମାଧବାନନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଧାନ ମନ୍ତ୍ରୀ ଙ୍କ ୧୦୦ ତମ ମନ୍ କି ବାତ୍

ବାସୁଦେବପୁର - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ 100 ତମ "ମନ କି ବାତ" ଅବସରରେ ବାସୁଦେବପୁର ବିଜେପି ତରଫରୁ ସ୍ଥାନୀୟ ମଣ୍ଡଳପୋଖରୀ ଠାରେ ବିଜେପି ନେତା ମାଧବାନନ୍ଦ ମଲ୍ଲିକଙ୍କ ନେତୃତ୍ୱ ଅନେକ କାର୍ଯ୍ୟ କର୍ତ୍ତା ଓ ଜନ ସାଧାରଣ ଉପସ୍ଥିତ ରହି ଶୁଣିଥିଲେ। ରବିବାର ରେ ଏହି ଅବସର ରେ ଭଦ୍ରକ ଜିଲ୍ଲା ବିଜେପି ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୌରୀ ବେହେରା, ବିଧାନସଭା ସଂଯୋଜକ ରାଜେନ୍ଦ୍ର ବାରିକ, ପାରିଷଦ ଭାନୁମତୀ ମଲ୍ଲିକ, ଜଗବନ୍ଧୁ ଦାସ, ହେମନ୍ତ ନାୟକ, ପୂର୍ବତନ ନଗରପାଳ ପଞ୍ଚାନନ ସେନାପତି, ମହେଶ୍ୱର ଧଳ, ଗୌରାକୃଷ୍ଣ ମହାକୁଡ଼, ତାଜୁ ଖାଁନ ଓ ବିଜେପିର ଶହ ଶହ କାର୍ଯ୍ୟକର୍ତା ଯୋଗଦେଇ ପ୍ରଧାନମନ୍ତ୍ରୀ ଙ୍କ କଥା କୁ ଶୁଣି ଥିଲେ l ପ୍ରଧାନମନ୍ତ୍ରୀ ଯେଭଳି ଭାବେ ଗାଁ ଗହଳି ରେ ଥିବା ପ୍ରତିଭାକୁ ଲୋକଲୋଚନ କୁ ନେଇଆସୁ ଛନ୍ତି ତା ଆମ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରଣା ଯୋଗାଇ ଦେଉଛି ବୋଲି ବିଧାନ ସଭା ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ କହିଛନ୍ତି।

0
0
0
s2sdefault