ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ପକ୍ଷରୁ କାଶୀନଗର ଠାରେ ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କମିଟିର ଜିଲ୍ଲା ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରକମ୍ ଲୋକନାଥମ୍ , ଉପ ସଭାପତି ତନୁଜା ଶତପଥୀ , ସହଯୋଗୀ ସମ୍ପାଦକ ଲିଙ୍ଗରାଜ ପାଣିଗ୍ରାହୀ , ଗୋଷାଣୀ ବ୍ଲକ କର୍ମକର୍ତ୍ତା ବାଳକ୍ରିଷ୍ନା ଶୁଦ୍ର , ମୁଚ୍ଚି ବାଙ୍ଗାରୁ , କାଶୀନଗର ବ୍ଲକ ସମ୍ପାଦକ ରେବଲା ଧର୍ମା ରାଓ , ସଦସ୍ୟ ପି . ତିରୁପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଘରେ ଟାଟା କମ୍ପାନୀର ପ୍ରି ପେଇଡ୍ ସ୍ମାର୍ଟ ବିଦ୍ୟୁତ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।
ସୂଚନା ଅଧିକାର , ଖାଦ୍ୟ ନିରାପତ୍ତା ଆଦି ପ୍ରସଙ୍ଗରେ ବକ୍ତାମାନେ ସମବେତ ଉପଭୋକ୍ତାମାନଙ୍କୁ ବୁଝାଇଥିଲେ। ପ୍ରତି ତେଜରାତି ଦୋକାନରେ ମୂଲ୍ୟ ତାଲିକା ଲଗାଇବା ଓ ବାର୍ଦ୍ଧକ୍ୟ , ଦିବ୍ୟାଙ୍ଗ ଭତ୍ତା ପାଉଥିବା ଯେଉଁ ବ୍ୟକ୍ତିମାନେ ବ୍ୟାଙ୍କକୁ ଆସି ପାରୁନାହାନ୍ତି , ସେମାନଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇବା ପାଇଁ ପଦକ୍ଷେପ ନେବା ସକାଶେ ପ୍ରଶାସନକୁ ନିବେଦନ କରାଯିବ ବୋଲି କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା
ରାଜ୍ୟ
ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ
- Hits: 281