ହେଡଲାଇନସ୍:

ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବିଭିିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶୁକ୍ରବାର ଦିନ ଗୋଷାଣୀ ବ୍ଲକରେ ଖରସଣ୍ଡା ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ଏହି ଶିବିରରେ ମୋଟ ୨୦୪ ଟି ଗାଈଗୋରୁ ଓ ଛେଳି ମେଣ୍ଢାଙ୍କର ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏହି ଅବସରରେ ଆଜି (ଶନିବାର ଦିନ) ସକାଳ ୭ଘଣ୍ଟା ସମୟରେ ରାଜ ମହଲ ଠାରୁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରାଯାଇଥିଲା।
ଏହାପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀକକ୍ଷରେ ଏକ ସାଧାରଣ ସଭା ଅୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାର ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ , ବିଭାଗୀୟ ଅଧିକାରୀ ଓ ସଫଳ ଚାଷୀ ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ। ଏଠାରେ ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନର କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା ହୋଇଥିଲା।
ଗଜପତି ଜିଲ୍ଲା ରାଜ୍ୟସ୍ତରରେ ପୁରସ୍କାର ଗ୍ରହଣ କରିବା ବେଳର ଦୃଶ୍ୟକୁ ସମସ୍ତେ ଉପଭୋଗ କରିଥିଲେ। ଆମ ଜିଲ୍ଲାର ଜଣେ ସଫଳ ଦେଶୀ କୁକୁଡ଼ା ଚାଷୀ ଶ୍ରୀ ସୁଲଭ ଚନ୍ଦନ ପାତ୍ରଙ୍କୁ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ କରାଯାଉଥିଲା।
ଜିଲ୍ଲାସ୍ତରୀୟ ଆୟୋଜିତ ସଭାରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରମାକାନ୍ତ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍.କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରି , ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଗୀୟ ଅଧିକାରୀ ଶ୍ରୀ ସୁରେଶ କୁମାର ପଟ୍ଟାୟକ ଓ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଶାନ୍ତ ଦାସ ଯୋଗ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ ଗଜପତି ଜିଲ୍ଲାରେ କୁକୁଡ଼ା ମାଂସ , ଅଣ୍ଡା ଏବଂ ଛେଳି ମାଂସ ଉତ୍ପାଦନରେ ଅଧିକ ଅଭିବୃଦ୍ଧି କରୁଛି ଏବଂ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ତଥା ଆଗମୀ ଦିନରେ ଅଣ୍ଡା ଉତ୍ପାଦନ ଦୈନିକ ଏକ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଜିଲ୍ଲାର ପ୍ରାଣୀ ଚିକିତ୍ସକ ନିରନ୍ତର ପ୍ରଚେଷ୍ଟା କରିବା ପାଇଁ ଉପଦେଶ ଦେଇଥିଲେ। ଗଜପତି ଜିଲ୍ଲାରେ ଖୁବ ଶୀଘ୍ର ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ଯ ଉତ୍ପାଦନରେ ଅଗ୍ରଣୀ ଜିଲ୍ଲାରେ ପରିଣତ ହେବ ଏବଂ ଏଥିପାଇଁ ପ୍ରାଣୀ ଚିକିତ୍ସକ ଓ ପ୍ରଣୀ ପାଳକମାନେ ଅବିରତ ପ୍ରଚେଷ୍ଟା ଯାରିରଖିବେ ବୋଲି କହିଥିଲେ।
ଏହି ଅବସରରେ ଜିଲ୍ଲାର ୯ଜଣ ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଯଥା ଛେଳି ଚାଷ ପାଇଁ ମୋହନା ବ୍ଲକର କଳା କୃଷ୍ଣ ମହାଙ୍କୁଡ଼ , ବ୍ରଏଲର କୁକୁଡ଼ା ଚାଷ ପାଇଁ ଆର୍.ଉଦୟଗିରି ବ୍ଲକର ଦୁର୍ଯ୍ୟୋଧନ ରାଇତ , ଦେଶୀ କୁକୁଡ଼ା ପାଳନ ପାଇଁ ନୂଆଗଡ ବ୍ଲକର ସୁଲଭ ଚନ୍ଦନ ପାତ୍ର , ଗୋପାଳନ ପାଇଁ ରାୟଗଡ଼ ବ୍ଲକର ଅଜିତ୍ ସେନ ଆନ୍ଦ୍ରାପ୍ , ଅଣ୍ଡା ଦିଆ କୁକୁଡ଼ା ଚାଷ ପାଇଁ ଗୋଷାଣୀ ବ୍ଲକର ଚିରେଞ୍ଜିବି ରାଉତ , ଛେଳି ପାଳନ ପାଇଁ ଗୁମ୍ମା ବ୍ଲକର ଲକ୍ଷ୍ମୀ ମହିଳା ମଣ୍ଡଳ ସ୍ଵୟଂ ସହାୟକ ଗୋଷ୍ଠୀ , ଧଳା ଘୁଷୁରୀ ପାଳନ ପାଇଁ କାଶୀନଗର ବ୍ଲକର ମୋଜେଶ ଶବର ଓ ଘାସ ଚାଷ ପାଇଁ ବିଜୟ ଦୋରା ଏବଂ ମେଣ୍ଡା ଚାଷ ପାଳନ ପାଇଁ ଗୋଷାଣୀ ବ୍ଲକର ଇପିଲି ବାସୁଙ୍କୁ ପୁରସ୍କୃତ କରାଯାଇଛି।
ସେହିପରି ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନାରାୟଣ ମହାପାତ୍ରଙ୍କୁ ଗଜପତି ଜିଲ୍ଲାରେ ପ୍ରାଣୀ ପାଳନର ଅଗ୍ରଗତିରେ ମୁଖ୍ୟ ଭୂମିକା ପାଇଁ ଜିଲ୍ଲାର ଶ୍ରେଷ୍ଠ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବେ ପୁରସ୍କୃତ କରାଯାଇଛି। ଏହି ଅବସରରେ ଉପ ନିର୍ଦ୍ଦେଶକ ଡାକ୍ତର ବିଦ୍ୟୁତ ଶେଖର ମିଶ୍ର ଓ ଡାକ୍ତର ଶ୍ରୀକାନ୍ତ ହତା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ କବିତା ପାଠ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଡାକ୍ତର ଲିମା ମହାନ୍ତି ପରିଚାଳନା କରିଥିବା ବେଳେ ଡ଼ାକ୍ତର ବିଦ୍ୟୁତ୍ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ , ସମସ୍ତ ବ୍ଲକର ପ୍ରାଣୀ ଚିକିତ୍ସକ ଅଧିକାରୀ , ସ୍ଵଂୟ ସହାୟକ ଗୋଷ୍ଠୀ , ଚାଷୀ ଭାଇ ଓ ଭଉଣୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

0
0
0
s2sdefault