ସୁବିଧା ପାଇବେ ୨୦୨୧ ସେପ୍ଟେମ୍ବର ୨ ପରଠାରୁ କିଣିଥିବା ଗ୍ରାହକ
ଭୁବନେଶ୍ୱର : ଏକ ସ୍ୱଚ୍ଛ ଓ ପୋଷଣୀୟ ଭବିଷ୍ୟତ ଲକ୍ଷ୍ୟରେ ରାଜ୍ୟ ସରକାର ସମସ୍ତ ନାଗରିକଙ୍କୁ ଇଲେକ୍ଟ୍ରିକ ଯାନ ବ୍ୟବହାର ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତିା ଓଡ଼ିଶା ସବୁଜ ଅର୍ଥନୀତିକୁ ସର୍ବଦା ପ୍ରୋତ୍ସାହନ ଦେଇଆସିଛି ଏବଂ ଏହି ମର୍ମରେ ଉପଯୁକ୍ତ ଅଭିବୃଦ୍ଧି ହାସଲ ପାଇଁ ଆବଶ୍ୟକୀୟ ନୀତି ମଧ୍ୟ ପ୍ରଣୟନ କରୁଛିା ଇଲେକ୍ଟ୍ରିକ ଯାନ ନିର୍ମାତା, ଗ୍ରାହକ ଏବଂ ଚାର୍ଜିଂ ସୁବିଧା ପ୍ରଦାନ କରୁଥିବା ବିଭିନ୍ନ ଅଂଶୀଦାରମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଇଲେକ୍ଟ୍ରିକ ଯାନ ନୀତି ୨୦୨୧ ପ୍ରଣୟନ କରିଛନ୍ତିା ଏହି ନୀତି ୨୦୨୧ ମସିହା ସେପ୍ଟେମ୍ବର ୨ ତାରିଖରୁ ବିଜ୍ଞପିତ ହୋଇଛିା
ଏହି ନୀତିରେ ଦୁଇଚକିଆ, ତିନିଚକିଆ ଏବଂ ଚାରିଚକିଆ ହାଲୁକା ମୋଟର ଯାନ କ୍ଷେତ୍ରରେ ବ୍ୟାଟେରୀଚାଳିତ ଇଲେକ୍ଟି୍ରକ୍ ଯାନର ବହୁଳ ବ୍ୟବହାରକୁ ପ୍ରୋତ୍ସାହନ ଦେଇ ୨୦୨୫ ଡିସେମ୍ବର ସୁଦ୍ଧା ରାଜ୍ୟରେ ବ୍ୟବହୃତ ସମୁଦାୟ ଯାନର ୨୦ ପ୍ରତିଶତ ଇଲେକ୍ଟି୍ରକ୍ ଯାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛିା ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କ୍ୟାବିନେଟ୍ ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ଇଲେକ୍ଟ୍ରିକ ଯାନ ନୀତି ୨୦୨୧ ରେ ସଂଶୋଧନ କରି ଦୁଇଚକିଆ ଯାନ ନିମନ୍ତେ ଥିବା ପ୍ରୋତ୍ସାହନ ରାଶିକୁ ୫ହଜାର ଟଙ୍କାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିା ସେହିପରି ତିନିଚକିଆ ଯାନ ନିମନ୍ତେ ପୂର୍ବରୁ ଥିବା ୧୦ ହଜାର ଟଙ୍କାକୁ ୩୦ହଜାର ଟଙ୍କା ଏବଂ ଚାରିଚକିଆ ହାଲୁକା ଯାନ ନିମନ୍ତେ ପ୍ରୋତ୍ସାହନ ରାଶି ୫୦ ହଜାର ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିା ଏହି ବର୍ଦ୍ଧିତ ପ୍ରୋତ୍ସାହନ ସୁବିଧା ନୀତି ବିଜ୍ଞପିତ ହେବା ଦିନ ଅର୍ଥାତ୍ ୨୦୨୧ ମସିହା ସେପେଫମ୍ବର ୨ ତାରିଖଠାରୁ ଲାଗୁ କରାଯାଇଛି ଏବଂ ଏହା ୨୦୨୫ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବା ନୀତି ବିଜ୍ଞପିତ ହେବା ଦିନଠାରୁ ଇଲେକ୍ଟି୍ରକ୍ ଯାନ କ୍ରୟ କରିଥିବା ସମସ୍ତ ଗ୍ରାହକ ଏହି ବର୍ଦ୍ଧିତ ପ୍ରୋତ୍ସାହନର ସୁବିଧା ପାଇପାରିବୋ
ପୂର୍ବରୁ ଏବଂ ବର୍ତ୍ତମାନ ଯାନ କ୍ରୟ କରୁଥିବା ଗ୍ରାହକମାନଙ୍କ ସୁବିଧା ପାଇଁ ୫-"ଟି' ଉପକ୍ରମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, କଟକଙ୍କ କାର୍ଯ୍ୟାଳୟରେ ଏକ ଉତ୍ସର୍ଗୀକୃତ ଇଲେକ୍ଟି୍ରକ୍ ଯାନ ପ୍ରକୋଷ୍ଠ ଖୋଲାଯିବା ସହିତ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଦ୍ୱାରା https://odtransportmis.nic.in/EVCell ୱେବସାଇଟ ବିକଶିତ ହୋଇଛିା ଏହି ନୀତି ସଂଶୋଧନ ହେବା ପୂର୍ବରୁ ଯେଉଁମାନେ ଇଲେକ୍ଟି୍ରକ୍ ଯାନ କ୍ରୟ କରିଛନ୍ତି, ସେମାନଙ୍କ ପାଇଁ ଏହି ପୋର୍ଟାଲରେ ଆବଶ୍ୟକ ପରିବର୍ତ୍ତନ ଆରମ୍ଭ ହୋଇଛି ଏବଂ ଖୁବ୍ ଶୀଘ୍ର ଏଥି ନେଇ ବିଜ୍ଞପ୍ତି ପ୍ରକାଶିତ ହେବା ଇଲେକ୍ଟି୍ରକ୍ ଯାନ କ୍ରୟ କରିଥିବା ଗ୍ରାହକମାନେ ଏହି ପୋର୍ଟାଲରେ ଆବଶ୍ୟକୀୟ କାଗଜାତ ଅପ୍ଲୋଡ୍ କଲେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରୋତ୍ସାହନ ରାଶି ପଠାଯିବାର ବ୍ୟବସ୍ଥା କରାଯାଇଛିା ଏହି ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ କରିବା ଉଦ୍ଦେଶ୍ୟରେ ପଂଜୀକୃତ ଇଲେକ୍ଟ୍ରିକ ଯାନ ନିର୍ମାତାମାନେ ମଧ୍ୟ ସେମାନଙ୍କ ଦ୍ୱାରା ନିର୍ମିତ ଯାନର ସୂଚନା ଏବଂ ବ୍ୟାଟେରୀ କ୍ଷମତା ବାବଦରେ ୱେବସାଇଟରେ ତଥ୍ୟ ଉପଲବ୍ଧ କରାଇବୋ
ଇଲେକ୍ଟ୍ରିକ ଯାନ ଉପରେ ପ୍ରୋତ୍ସାହନ ରାଶି ବୃଦ୍ଧି ଯୋଗୁଁ ଏହି ଯାନଗୁଡ଼ିକର ଚାହିଦା ବୃଦ୍ଧି ପାଇବ ବୋଲି ସରକାର ଆଶା ରଖିଛନ୍ତିା ଏହାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ଇଲେକ୍ଟ୍ରିକ ଯାନ ନିମନ୍ତେ ଚାର୍ଜିଂ ସେଣ୍ଟର ଚଳାଉଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଏହି ନୀତିରେ ପ୍ରୋତ୍ସାହନର ବ୍ୟବସ୍ଥା କରିଛନ୍ତିା ଏହି ଚାର୍ଜିଂ ସେଣ୍ଟରଗୁଡ଼ିକୁ ଅଣପାରମ୍ପରିକ ଶକ୍ତି ଦ୍ୱାରା ପରିଚାଳିତ କରିବା ନିମନ୍ତେ ଶକ୍ତି ବିଭାଗ ଏବଂ ଓରେଡା ସହ ଆଲୋଚନା ଜାରି ରହିଛିା