ହେଡଲାଇନସ୍:

ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର/ପୁରୀ (ଅନିମେଶ ପଟ୍ଟନାୟକ) : ରଥଯାତ୍ରା ପୂର୍ବରୁ କାମଚଳା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ହଟାଇ ନିୟମିତ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି   ରାଜ୍ଯ ସରକାର।  ବରିଷ୍ଠ ଆଇଏଏସ ଅଫିସର ତଥା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସଙ୍କୁ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି | ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି | ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବି ଭି ଯାଦବଙ୍କ ନିଯୁକ୍ତିକୁ ବାତିଲ କରାଯିବା ସହ ଏହି ପଦବୀଙ୍କୁ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟା ଘୋଷିତ କରାଯାଇଛି | ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀ ଦାସ  ବିଡିଏ ସଚିବ ଏବଂ ଯାଜପୁର ଜିଲ୍ଲାପାଳ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି । 
ସେହିପରି ବରିଷ୍ଠ ଆଇଏଏସ ଅଫିସର ତଥା ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ସ୍ୱତନ୍ତ୍ର ସଚିବ ଥିବା ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଂଚାୟତିରାଜ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି |
ଅନ୍ୟତମ ବରିଷ୍ଠ ଅଧିକାରୀ ତଥା ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଥିବା ଆଇଏଏସ ଅଫିସର ଦିଲ୍ଲୀପ କୁମାର ରାଉତରାୟଙ୍କୁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର | ଏହା ସହିତ ଶ୍ରୀ ରାଉତରାୟ ଓଡିଶା ପରିବାର ନିର୍ଦ୍ଦେଶକ ଦାୟିତ୍ୱରେ କାର୍ଯ୍ୟ କରିବେ |

0
0
0
s2sdefault