ଓଡ଼ଗାଁ,୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୋରପିଠା ପଞ୍ଚାୟତ କୋରପିଠା ଗ୍ରାମରେ ଥିବା ର ରାଇସ ମିଲକୁ ଶନିବାର ଦିନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ଓଡ଼ଗାଁ ଦ୍ବାରା ଜବତ କରାଯାଇଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ବ୍ୟବସାୟୀକ କେନ୍ଦ୍ର ଖୋର୍ଦ୍ଧାର ମୁଖ୍ୟ ପରିଚାଳକ ବାବିନା ଶତପଥୀ, ମାଜିଷ୍ଟ୍ରେଟ ଓଡ଼ଗାଁ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ବେହେରା, ଓଡ଼ଗାଁ ଆଦର୍ଶ ଥାନା ଏସ ଆଇ ଚକ୍ରଧର ସିଂ, ଏ ଏସ ଆଇଙ୍କ ସହିତ ୧ ପ୍ଳାଟୁନ ପୋଲିସ ଫୋର୍ସ ସହିତ ଓଡ଼ଗାଁ ଶାଖା ପରିଚାଳକ ଶିର୍ଷେନ୍ଦୁ କୁମାର ଦାଶଙ୍କ ଉପସ୍ଥିତିରେ ବନ୍ଧକ ଥିବା ଜାଗା ଉପରେ ମାମଲା ରୁଜୁ ହେବା ସହିତ ରାଇସ ମିଲକୁ ବ୍ୟାଙ୍କ ନିଜ ପଜଏସନ(ଅଧିନ)କୁ ଆଣିଥିଲା । ବୁଧବାର ଦିନ ୧୦.୩୦କୁ ବ୍ୟାଙ୍କ କର୍ମଚାରୀ, ମାଜିଷ୍ଟ୍ରେଟ ଏବଂ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ସେମାନଙ୍କ କାର୍ଯ୍ୟ ଆରମ୍ଭ କରି ଅପରାହ୍ନ ୨.୩୦କାର୍ଯ୍ୟ ସରିଥିବା ବେଳେ ଜବତ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା । ସୂଚନା ଥାଉକି କୋରପିଠାର ଡମ୍ବରୁଧର ସାହୁ(ପିତା) ସହିତ ୨ପୁଅ ଭାସ୍କର ସାହୁ ଓ ବସନ୍ତ କୁମାର ସାହୁ ବ୍ୟବସାୟିକ ସହଯୋଗୀ ଭାବେ ୨୦୧୪ ମସିହା ମାର୍ଚ୍ଚ ମାସରେ ରାଇସମିଲ ବ୍ୟବସାୟୀକ କେନ୍ଦ୍ର ନିର୍ମାଣ ପାଇଁ ବ୍ୟାଙ୍କରୁ ୮୧ ଲକ୍ଷ ଟଙ୍କା ଋଣ ଆଣିଥିଲେ । ୨୦୧୭ ମସିହା ବେଳକୁ ଋଣ ଅର୍ଥ ସୁଧ ସହିତ ୧କୋଟି ୩୦ ଲକ୍ଷ ଟଙ୍କାରେ ପହଞ୍ଚିଥିବା ସହିତ ୨୦୧୭ ମସିହା ବେଳକୁ ତାହା ଅଚଳ ଆକାଉଣ୍ଟରେ ପରିଣତ ହୋଇଥିଲା । ୠଣ ଗ୍ରହୀତାଙ୍କୁ ସେଟଲମେଣ୍ଟ ମାଧ୍ୟମରେ ସୁଝିବା ପାଇଁ ବ୍ୟାଙ୍କ ସହଯୋଗ କରି ତା. ୨୦.୧୧.୨୧ ରିଖରେ ବ୍ୟାଙ୍କ ସେଟଲମେଣ୍ଟ ଅନୁସାରେ ୬୫ଲକ୍ଷ ସୁଝିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ସେମାନେ ୧୭ଲକ୍ଷ ୫୦ ହଜାର ପଇଠ କରିପାରିଥିଲେ । ଏଣୁ ବ୍ୟାଙ୍କ ତାଙ୍କର ଆନୁସଙ୍ଗିକ ପ୍ରକ୍ରିୟା ସାରିବା ପରେ ଆଜି ମିଲ ସମ୍ପତ୍ତିକୁ ସିଜ କରିଥିଲା ।
ରାଜ୍ୟ
ରୁଣ ଖିଲାପ ମିଲ ମାଲିକଙ୍କ ସମ୍ପତ୍ତି ଜବତ କଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
- Hits: 253