ହେଡଲାଇନସ୍:

ମହାନଦୀର ସମସ୍ୟା ପାଇଁ ରାଜ୍ୟ ସରକାର ଦାୟୀ: ଦିଲୀପ ମଲ୍ଲିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଦାୟିତ୍ୱ ନିର୍ବାହ ନକରି ଦଳ ଜରିଆରେ ମିଛ ବିବୃତି ରଖୁଛନ୍ତି

  • ମହାନଦୀ ପ୍ରସଙ୍ଗରେ କଣ କଣ ପଦକ୍ଷେପ ନେଇଛନ୍ତି ରାଜ୍ୟବାସୀଙ୍କୁ ଜଣାନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, ତା.୨୮/୦୪: ବିଜୁ ଜନତା ଦଳ ୨୩ବର୍ଷ ଧରି ସରକାରରେ ରହି ଶାସନ କରୁଛନ୍ତି ନାଁ ମଇଦାନରେ ଫୁଟବଲ ଖେଳୁଛନ୍ତି । ଯଦି ସରକାରରେ ଅଛନ୍ତି ତାହାଲେ ଓଡ଼ିଶା ପ୍ରଦେଶର ଦାୟିତ୍ୱ ଏବଂ ସୁରକ୍ଷା ତାଙ୍କର କାମ ନୁହେଁ କି? କେତେବେଳେ ଖଣ୍ଡେ ଚିଠି ଲେଖି ତ କେତେବେଳେ ନିଜ ଦଳର ପ୍ରବକ୍ତାଙ୍କୁ ଲଗାଇ ରାଜନୈତିକ ବିବୃତି ଦେଇଦେଲେ ମହାନଦୀ ସୁରକ୍ଷିତ ହେବ ନାହିଁ କି ଓଡିଶାର ବିକାଶ ହେବ ନାହିଁ । ଓଡିଶାର ଜୀବନ ରେଖା ମହାନଦୀ ବୋଲି କହି ଆସୁଥିବା ବିଜେଡି ସରକାର ଗତ ୨୩ବର୍ଷ ମଧ୍ୟରେ ମହାନଦୀ ସୁରକ୍ଷା ନେଇ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ତାହା ଆଗ ରାଜ୍ୟବାସୀଙ୍କ ପାଖରେ ପ୍ରକାଶ କରନ୍ତୁ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ।
ମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାର ଯେତେବେଳେ ଡ୍ୟାମ ନିର୍ମାଣ କରୁଥିଲେ ଆରମ୍ଭରୁ ଓଡ଼ିଶା ସରକାର ଶୋଇଥିଲେ କାହିଁକି । ରାଜ୍ୟ ସରକାର ତାଙ୍କର ଦାୟିତ୍ୱକୁ ଭୁଲି କେବଳ ଅନ୍ୟମାନଙ୍କ ନାଁରେ ଅଯଥା ବିବୃତି ଦେଉଛନ୍ତି । ୱାଟର ଟ୍ରିବୁନାଲରେ ଓଡ଼ିଶା ସପକ୍ଷରେ ତଥ୍ୟ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିବାରେ ରାଜ୍ୟ ସରକାରଙ୍କ ଅକ୍ଷମତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଥମରୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଜଳସେଚନ ବିଭାଗ ରହିଆସିଛି । ମହାନଦୀ ଶୁଖିଲା ପଡିବା ଏବଂ ରାଜ୍ୟରେ ଜଳସେଚନର ଅଗ୍ରଗତି ନହେବା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ହିଁ ଦାୟୀ । ନବୀନ ବାବୁଙ୍କ ଶାସନରେ ଗୋଟିଏ ବି ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ଏବେ ମହାନଦୀ କଥା ଉଠିଲେ ବିଜେଡି ନିଜର ଦୋଷ ଘୋଡାଇବା ପାଇଁ କେବଳ ଅନ୍ୟ ଉପରେ ଦୋଷ ଲଦି ମିଛ ବିବୃତି ରଖୁଛି । ମହାନଦୀ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ କି ଉଦ୍ୟମ ନାହିଁ । କେବଳ ମହାନଦୀକୁ ନେଇ ରାଜନୈତିକ ପଇଁନ୍ତରାବାଜି କରୁଛି ବିଜେଡି । ବିଜେଡିର ଏପରି ମାନସିକତାକୁ ଓଡ଼ିଶାବାସୀ ଆଦୌ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

 

0
0
0
s2sdefault