ହେଡଲାଇନସ୍:

ରାଇଘର ଥାନାକୁ ମାଡି ଆସିଲେ ଛତିଶଗଡ଼ର ୮ ପଂଚାୟତର ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଇଘର/ ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବିଗତ କାଲି ସକାଳ ସମୟରେ ନକ୍ସଲ ଓ ପୁଲିସ ଗୁଳି ବିନିମୟ ପରେ ଓଡ଼ିଶା ପୁଲିସ ଛତିଶଗଡ଼ ଅଂଚଳରୁ ଦୁଇ ଯୁବକଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରି ଆଜି ମାୟଣପୁର ବ୍ଲକ ଅଂଚଳର ୮ ଗୋଟି ପଂଚାୟତର ପ୍ରାୟ ୪ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ରାଇଘର ଥାନାର ଦ୍ୱାରସ୍ଥ ହୋଇଛନ୍ତି | ନିରୀହ ଯୁବକଙ୍କୁ ଉଠାଇ ଆଣିବା ଅଭିଯୋଗ କରି ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ବେଳେ ସେମାନଙ୍କୁ ତୁରନ୍ତ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି | ଉକ୍ତ ଯୁବକ ଦୁହେଁ ହେଲେ ମୋତିପାଣି ଗ୍ରାମର ହେମଲାଲ୍ ନାଗେଶ (୩୧) ଓ ଭୁତବେଡ଼ା ଗ୍ରାମର ପ୍ରକାଶ ମାର୍କମ (୨୦)ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି |
ସୂଚନା ଅନୁଯାୟୀ ଗତ କାଲି ଛତିଶଗଡ଼ ଅନ୍ତର୍ଗତ ଗରିଆବନ୍ଧ ଜିଲ୍ଲାର ଶୋଭା ଥାନା ଅନ୍ତର୍ଗତ ସାଇବାନୀ ଜଂଗଲ ମଧ୍ୟରେ ନକ୍ସଲଙ୍କ ଗତିବିଧି ରହିଥିବା ସୂଚନା ପାଇ ଓଡ଼ିଶା ଏସ୍‌ଓଜି ଯବାନଙ୍କ ଆକ୍ରମଣ ସହିତ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା | ଏହି ଘଟଣାରେ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସେ ଅଂଚଳର ଦୁଇଜଣ ଯୁବକଙ୍କୁ ଓଡ଼ିଶା ପୁଲିସ ଉଠାଇ ଆଣିଥିବା ଅଭିଯୋଗ ହୋଇଛି | ଆଜି ଏହାର ପ୍ରତିବାଦରେ ଛତିଶଗଡ଼ର ୮ ଗୋଟି ପଂଚାୟତର ଲୋକେ ସ୍ଥାନୀୟ ଥାନାର ସମୁଖରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ପ୍ରଥମେ ଫୁଟାନଡ଼ା ଠାରେ ଥିବା ସିଆର୍‌ପିଏଫ କ୍ୟାମ୍ପକୁ ଯାଇ ପ୍ରତିବାଦ ଜଣାଇ ଥିଲେ | କିନ୍ତୁ ସମାନଙ୍କୁ ରାଇଘର ପୁଲିସ ନବରଙ୍ଗପୁର ପଠାଇଥିବା ଜାଣିବା ପରେ ସମସ୍ତେ ରାଇଘର ଥାନା ସମ୍ମୁଖରେ ରୁଣ୍ଡ ହୋଇଥିଲେ | ଲୋକଙ୍କ କହିବା ଅନୁଯାୟୀ ସେମାନେ ଗତକାଲି ଜଙ୍ଗଲରେ ଶିଆଳି ଦଉଡ଼ି ଆଣିବାକୁ ଯାଇଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଛନ୍ତି lଶୁଣି ଗାରିଆବନ୍ଧ ଜିଲ୍ଲା ମାୟଣପୁର ବ୍ଲକ ଅନ୍ତର୍ଗତ ଅଦଗଡି , ଶୋଭା , ଗୋନା , ଭୁତବେଡା , କୋଚିଙ୍ଗା , ଖୋକୋଡି , ଗରଡିହୀ , ଗୋରଗାଁ ପଂଚାୟତ ଲୋକେ ଉପସ୍ଥିତ ଥିଲେ |

0
0
0
s2sdefault