ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ସ୍ଥାନୀୟ ବିକାଶ ଭବନ ଠାରେ ଆଜି ସୁନ୍ଦରଗଡ଼ ଜିଲ୍ଲା ର ଷଷ୍ଠ ଜିଲ୍ଲା ପରିଷଦ ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ସଭାପତିତ୍ବ କରିଥିଲେ I
ବୈଠକରେ ମାନ୍ୟବର ବିଧାୟିକା, ସଦର, ଶ୍ରୀମତୀ କୁସୁମ ଟେଟେ, ମାନ୍ୟବର ବିଧାୟକ, ତଳସରା ,ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ବିଧାୟକ, ରାଜଗାଙ୍ଗପୁର, ଡ. ସି. ଏସ୍. ରାଜେନ୍ ଏକ୍କା, ମାନ୍ୟବର ବିଧାୟକ, ବଣାଇଁ ଶ୍ରୀ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ଶ୍ରୀ କମଳ ଲାକ୍ରା, ଜିଲ୍ଲାପାଳ ଡ. ପରାଗ ଗଭାଲି , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ମନୋଜ ମହାଜନ ମଞ୍ଚାସୀନ ଥିଲେ I ବୈଠକରେ ମୁଖ୍ୟତଃ ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆମ୍ବୁଲାନ୍ସ ସେବା, ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ କର୍ମୀ ତଥା ଅଣ ସ୍ଵାସ୍ଥ୍ୟ କର୍ମୀ ନିୟୋଜନ, ମହାପ୍ରୟାଣ ଗାଡ଼ି,ଶିକ୍ଷା କ୍ଷେତ୍ର ତଥା ହାଇସ୍କୁଲ ରୂପାନ୍ତରଣ , ଅପହଞ୍ଚ ଅଞ୍ଚଳ ମାନଙ୍କରେ ବିଦ୍ୟୁତୀକରଣ ବ୍ୟବସ୍ଥା, ଜଙ୍ଗଲ ଅଧିକାର ଆଇନ, ଅଙ୍ଗନବାଡି ଗୃହ ନିର୍ମାଣ, ବେନିୟମ ଖଣି ଖନନ, ଡ଼ି.ଏମ୍. ଏଫ୍ ପାଣ୍ଠି ଆଦି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା I
ବୈଠକରେ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗ ସୁନ୍ଦରଗଡ଼ ତଥା ରାଉରକେଲା ବିଭାଜନ ପକ୍ଷରୁ ହାତକୁ ନିଆଯାଇଥିବା ବୃହତ୍ ଜଳଯୋଗାଣ ପ୍ରକଳ୍ପ ଗୁଡିକ ଉପରେ ଆଲୋକପାତ କରିଥିଲେ I ସେହିପରି ସୁନ୍ଦରଗଡ଼ ଜଳସେଚନ ବିଭାଜନ, ଉଠା ଜଳସେଚନ ବିଭାଜନ ଏବଂ କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ନିଜ ନିଜର ବିଭାଗୀୟ ପ୍ରକଳ୍ପ ଯଥା ଗୋଷ୍ଠି ଉଠା ଜଳସେଚନ ପ୍ରକଳ୍ପ, ଗଭୀର ନଳକୂପ ପ୍ରକଳ୍ପ ଆଦି ଉପରେ ଉପସ୍ଥାପନା କରିଥିଲେ I ସେହିପରି ପ୍ରକଳ୍ପ, ନିର୍ଦ୍ଦେଶକ, ଜଳବିଭାଜିକା ପକ୍ଷରୁ ଜିଲ୍ଲା ରେ ଜଳ ଅମଳ ଗଠନ ( water harvesting structure), ଚେକ୍ ଡ୍ୟାମ୍ ଆଦି ନିର୍ମାଣ ବିଷୟରେ ସୂଚନା ଦେଇଥିଲେ I
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜିଲ୍ଲାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ରେ ଚାଲୁଥିବା ବିଭିନ୍ନ ଯୋଜନା ତଥା ପ୍ରକଳ୍ପ ଉପରେ ଉପସ୍ଥାପନା କରିଥିଲେ I ବୈଠକରେ ଜିଲ୍ଲା ରେ ମେଡିକାଲ ଭିତ୍ତିଭୂମି, ୟୁ. ପି. ଏଚ୍. ସି, ପି. ଏଚ୍. ସି, ସବ ସେଣ୍ଟର, ଆଶା, ଆଶା ଗୃହ, ଜି.କେ. ଏସ୍, ଆର୍. ବି. ଏସ୍. କେ., ବାଇକ୍ ଆମ୍ବୁଲାନ୍ସ, ମା ଗୃହ , ଭି.ଏଚ୍. ଏନ୍. ଡି., ଆଦି ଉପରେ ଆଲୋକପାତ କରାଯାଇଥିଲା I ଜନପ୍ରତିନିଧିମାନେ ବିଭିନ୍ନ ଚିକିତ୍ସାଳୟ ରେ ପାଚେରୀ ନିର୍ମାଣ , ଖାଲି ଥିବା ଡାକ୍ତର ତଥା ଅନ୍ୟାନ୍ୟ ଅଣ ଡାକ୍ତର ଙ୍କ ନିୟୋଜନ, ଡାୟାଲିସିସ୍ ମେସିନ୍, ଅଲ୍ଟ୍ରା ସାଉଣ୍ଡ ଆଦି ର ଆବଶ୍ୟକତା ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ I
ସେହିପରି ଜିଲ୍ଲା କୃଷି ବିଭାଗ ପକ୍ଷରୁ ଧାନ ତଥା ଅଣ ଧାନ ଚାଷ, ବିହନ ଯୋଗାଣ, ସାର ଯୋଗାଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆଦି ଉପରେ ସୂଚନା ଦେଇଥିଲେ I ସେହିପରି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଜିଲ୍ଲା ରେ ବୃକ୍ଷରୋପଣ ଭିତ୍ତିଭୂମି, ଏମ୍.ଜି. ଏନ୍.ଆର୍. ଇ.ଜି. ଏସ୍. ଯୋଜନା ଅନ୍ତର୍ଗତ ଫଳ ବୃକ୍ଷ ରୋପଣ, ୱାଡି ପ୍ରକଳ୍ପ, ଜୀବିକା ପ୍ରୋତ୍ସାହନ, କୌଶଳ ର ବିକାଶ, ମେଗା ନର୍ସରୀ ଆଦି ଉପରେ ଆଲୋକପାତ କରିଥିଲେ I ସେହିଭଳି ମସଲା ମିଶନ ଯୋଜନା ରେ ଲଙ୍କା , ଧନିଆ, ଅଦା, ହଳଦୀ ଆଦି ଚାଷ ଏବଂ ଛତୁ ମିଶନ ଯୋଜନା, ଆଦି ଉପରେ ସୂଚନା ଦେଇଥିଲେ I ଏହି ପରିପ୍ରେକ୍ଷୀରେ ଜନପ୍ରତିନିଧି ଜନସାଧାରଣ ଙ୍କୁ ବିଭିନ୍ନ ଫଳ ଚାଷ ସମ୍ପର୍କୀୟ ବୈଷୟିକ ପ୍ରଶିକ୍ଷଣ ତଥା ହାତୀ ଉପଦ୍ରବ ଦ୍ଵାରା ହଉଥିବା ଫସଲ ନଷ୍ଟ ରୋକିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ I
ଜିଲ୍ଲା ଶିକ୍ଷା ବିଭାଗ ତଥା ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାର ଶିକ୍ଷା ଭିତ୍ତିଭୂମି, ବିଦ୍ୟାଳୟ ମାନଙ୍କରେ ନିୟୋଜିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ହୋଷ୍ଟେଲ୍ , ଛାତ୍ରବୃତ୍ତି, ମଧ୍ୟାହ୍ନ ଭୋଜନ, ପୁସ୍ତକ ବଣ୍ଟନ, ଜିଲ୍ଲା ରେ ଧନ୍ଦାମୂଳକ ଶିକ୍ଷା, ଅନ୍ୱେଷI ଯୋଜନା, ଅକାଂକ୍ଷା ହୋଷ୍ଟେଲ୍, ଏକଲବ୍ଯ ମଡେଲ ଆବାସିକ ବିଦ୍ୟାଳୟ ର ବ୍ୟବସ୍ଥା ତଥା ସ୍ଥିତି ଆଦି ଉପରେ ଉପସ୍ଥାପନ କରିଥିଲେ I
ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲା ର ଏନ୍.ଏଫ୍. ଏସ୍. ଏ, ଏସ୍. ଏଫ୍. ଏସ୍. ଏସ୍, ଅନ୍ନପୂର୍ଣା ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ I ଫର୍ଟିଫାଇଡ୍ ଚାଉଳ ସର୍ମ୍ପକରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା I ସେହିଭଳି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜିଲ୍ଲା ରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ର ସ୍ଥିତି, ଭିତ୍ତିଭୂମି, ବାଲା ମଡ଼େଲ ଅଙ୍ଗନୱାଡି କେନ୍ଦ୍ର, ପୋଷଣ କାର୍ଯ୍ୟକ୍ରମ, ଆମ ଉପକାରୀ ବଗିଚା ର ସ୍ଥିତି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକର କାର୍ଯ୍ୟକଳାପ ଆଦି ଉପରେ ଆଲୋକପାତ କରିଥିଲେ I
ବୈଠକ ଶେଷ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ କମଳ ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ I ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା ସମସ୍ତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା ଆଦି ତଥା ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ଏବଂ ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ I











