ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର
ଉତ୍କଳମାତାର ଜଣେ ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ସୁଶାସକ ତଥା ପ୍ରଜାବତ୍ସଳ, ସାହିତ୍ୟାନୁରାଗୀ, ଦାନବୀର ରୂପେ ଥିଲେ ସର୍ବଜନବିଦିତା "ପ୍ରଜା ପାଇଁ ରାଜାର ଜନ୍ମ'- ଏହି ସତ୍ୟକୁ ଆଧାର କରି ପ୍ରଜାନୁରଞ୍ଜନ ନିମନ୍ତେ ସେ ଜୀବନ ଉତ୍ସର୍ଗ କରିଥିଲୋ ତେଣୁ ସେ ସମଗ୍ର ଓଡ଼ିଆ ଜାତିର ହୃଦୟର ମହାରାଜା ଥିଲୋ ନବଉତ୍କଳର ପ୍ରମୁଖ ନିର୍ମାତାମାନଙ୍କ ମଧ୍ୟରେ ସେ ଥିଲେ ଅଗ୍ରଗଣ୍ୟ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତିା
ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଭୁବନେଶ୍ୱରସ୍ଥ ପାରଳା ଗଜପତି ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଥିଲେ ବିଚ୍ଛିନ୍ନ ଓ ବିଖଣ୍ଡିତ ଉତ୍କଳ ଏକତ୍ରୀକରଣର ମହାନ କର୍ଣ୍ଣଧାରା ଜଣେ ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ତଥା ସୁଶାସକ ଭାବେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମ ଚିର ଦିନ ପାଇଁ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଉଲ୍ଲେଖ କରିଥିଲୋ
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରିଭୁ୍ୟ ଓ ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର କହିଲେ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ଅଗ୍ରଦୂତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୁଇଥର ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେଦକ୍ଷତାର ସହ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ଏବଂ ଓଡ଼ିଆ ଜାତି ତଥା ଭାଷାସାହିତ୍ୟର ଅଭିବୃଦ୍ଧି ପାଇଁ ନିଷ୍ଠାପର ଭାବରେ ବହୁ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟ କରିଯାଇଛନ୍ତିା ରାଜନୀତି, ଶିଳ୍ପ, ନାରୀଶିକ୍ଷା, ବାଲ୍ୟବିବାହ ନିରୋଧ, ଗମନାଗମନ ଓ କୃଷି ବ୍ୟତୀତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟା
ବ୍ରହ୍ମପୁର ଭଞ୍ଜବିହାରର ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡଃ ରାମଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ, କୃତି ଓ କୀର୍ତ୍ତି ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ରଖି କହିଲେ ଯେ ସମସ୍ତ ଓଡ଼ିଆ ଭାଷାଭାଷୀ ଲୋକେ ଗୋଟିଏ ଅଞ୍ଚଳରେ ରହିଲେ, ଉନ୍ନତି ସମ୍ଭବ ବୋଲି କୃଷ୍ଣଚନ୍ଦ୍ର ଦେବ ହୃଦୟଙ୍ଗମ କରିପାରିଥିଲୋ ଭାରତର ବଡଲାଟ୍ ଲର୍ଡ ଉଇଲିଂଡନ୍ଙ୍କୁ ପ୍ରଭାବିତ କରି ସେ ଓଡ଼ିଶା ସହିତ ପାରଳାଖେମୁଣ୍ଡି ଓ ଜୟପୁରକୁ ମିଶାଇବା ପାଇଁ ରାଜି କରାଇ ପାରିଥିଲୋ ସେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ ଅଭିଧାନ, କାବ୍ୟକବିତା, ଇତିହାସ ଗ୍ରନ୍ଥ, ଭାଷାକୋଷ ପ୍ରକାଶନ ଏବଂ ବିଚ୍ଛିନ୍ନ ଅଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷା ପାଇଁ ଅର୍ଥ ଦାନ କରି ତାଙ୍କର ମହାନତାର ପ୍ରମାଣ ଦେଇଥିଲୋ କ୍ରୀଡ଼ାର, ମୁଖ୍ୟତଃ କ୍ରିକେଟ୍ ଖେଳର ପ୍ରଚାରପ୍ରସାର ପାଇଁ ସେ ଅନେକ ପଦକ୍ଷେପ ନେଇଥିଲୋ ଯାହାଫଳରେ ଏହି ଖେଳ ଆଜି ଭାରତୀୟମାନଙ୍କର ଏକ ପି୍ରୟ ଖେଳରେ ପରିଣତ ହୋଇଛିା ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଏକ ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ଚରିତାର୍ଥ ହୋଇପାରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲୋ
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଓଡ଼ିଶାର ସ୍ୱାଭିମାନ ରକ୍ଷା, ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲୋ ରାଜସିଂହସନର ସୁଖ ସ୍ୱାଛନ୍ଦ୍ୟ ତ୍ୟାଗ କରି ସେ ଓଡ଼ିଶାବାସୀଙ୍କ ରାଜନୈତିକ, ଭୌଗୋଳିକ ଓ ସାଂସ୍କୃତିକ ଅଧିକାର ନିମନ୍ତେ ଯେଉଁ ସଂଗ୍ରାମ କରିଯାଇଛନ୍ତି ସେଥିପାଇଁ ଓଡ଼ିଶାବାସୀ ସବୁଦିନ ପାଇଁ ତାଙ୍କ ପାଖରେ ଋଣୀ ରହିବେ ବୋଲି ଶ୍ରୀ ସାମଲ ଉଲ୍ଲେଖ କରିଥିଲୋ ପ୍ରାରମ୍ଭରେ ଅତିଥିମାନେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଭୁବନେଶ୍ୱରସ୍ଥ ପାରଳା ଗଜପତି ବିକାଶ ମଞ୍ଚର ସଂପାଦକ ଶ୍ରୀଯୁକ୍ତ ରାଜକିଶୋର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲୋ କାର୍ଯ୍ୟକ୍ରମ ଶେଷରେ "ଭକ୍ତି ନୈବେଦ୍ୟ', ପାରଳାଖେମୁଣ୍ଡି, ଗଜପତି ତରଫରୁ ଗୁରୁ ଶ୍ରୀ ରଘୁନାଥ ପାତ୍ର ଓ ପ୍ରଭାତ, ଅଦ୍ୟାଶା, ଚନ୍ଦନ, ଶର୍ମିଳା ଓ ଅନ୍ୟ ସାଥି ଶିଳ୍ପୀଙ୍କ ଦ୍ୱାରା ଭକ୍ତି ସଂଗୀତ ପରିବେଷିତ ହୋଇଥିଲାା
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲୋ