ହେଡଲାଇନସ୍:

ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ 2023 ରଙ୍ଗାରଙ୍ଗ ଶୈଳୀରେ ଅନୁଷ୍ଠିତ ପାଇଁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଧାୟକ ପ୍ରତାପ ଜେନାଙ୍କ ସଭାପତିତ୍ବ ରେ 9 ରୁ 13 ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କ ଭିଡରେ ମହାସମାରୋହରେ ଅନୁଷ୍ଠିତ ହେବ ମାହାଙ୍ଗା ମହୋତ୍ସବ l   

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପୂର୍ବବର୍ଷ ଭଳି ଚଳିତ ବର୍ଷ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ 2023 ଧୁମଧାମ ର ସହ ପାଳନ କରାଯିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ଏକ ପ୍ରସ୍ତୁତି ବୈଠକ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମ କ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ ମେ 9 ରୁ 13 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କରାଯିବ l ଏହି ବୈଠକ ରେ  କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଯୋଗଦାନ କରିବାକୁ ଯୋଜନା ରହିଥିଲେ ମଧ୍ୟ ଜରୁରୀ କାର୍ଯ୍ୟ ପାଇଁ ଯୋଗଦାନ କରିପାରିନଥିଲେ l ଏହି ବୈଠକ ରେ ଏକ କମିଟି ପ୍ରସ୍ତୁତି କରାଯାଇଥିଲା ଯେଉଁଥିଲେ ବିଧାୟକ ପ୍ରତାପ ଜେନା ସଭାପତି ରହିଥିଲା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅଶୋକ କୁମାର ଓଝା, ଉପସଭାପତି ଗିରିଶ ରଞ୍ଜନ ମହାପାତ୍ର, ସମ୍ପାଦକ ଜ୍ଞାନରଞ୍ଜନ ରାଉତ, କାର୍ଯ୍ୟକ୍ରମ ସଂଯୋଜକ ଭାବେ ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ଶିଖାବିତ୍ତ ଅକ୍ଷୟ କୁମାର ଷଡ଼ଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ, ଆଇନଜୀଵୀ ଅଶୋକ କୁମାର ମହାପାତ୍ର, ରାମଚନ୍ଦ୍ର ଲେଙ୍କା, ଉପଦେଷ୍ଟା କମିଟି ର ସଭ୍ୟ ବ୍ଲକ ଅଧକ୍ଷା ରୋଜି ସେଠି, ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ରାଜକିଶୋର ଜେନା ଙ୍କ ସମେତ ବହୁ ବିଜେଡି କର୍ମୀ ମାନେ ରହିଛନ୍ତି l ତେବେ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା l

ଏହି ମାହାଙ୍ଗା ମହୋତ୍ସବ ଆସନ୍ତା ଏହି କାର୍ଯ୍ୟକ୍ରମ ରେ ଓରମାସ ଷ୍ଟଲ ସମେତ ବହୁ ଅତ୍ୟାଧୁନିକ ଝୁଲଣ, ରାମଦୋଳି, ସମ୍ବଲପୁରୀ ନୃତ୍ୟ, ସଂଗୀତ ସହ ବହୁ ଆଡ଼ମ୍ବରରେ ପାଳିତ ହେବ ମାହାଙ୍ଗା ମହୋତ୍ସବ l ଏହି ପ୍ରସ୍ତୁତି ବୈଠକରେ ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଜିଗ୍ନୀପୁର ସରପଞ୍ଚ ଙ୍କ ପ୍ରତିନିଧି ଜ୍ଞାନରଞ୍ଜନ ରାଉତ, ଯୁବନେତା ପ୍ରମୋଦ ସ୍ୱାଇଁ, ବିନୋଦ ସାମଲ ଙ୍କ ସମେତ ବହୁ ବ୍ଲକ ସ୍ତରୀୟ ପ୍ରଶାସନିକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l  ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ମାହାଙ୍ଗା ଅଞ୍ଚଳ ବାସୀ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁଷ୍ଠାନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି l

0
0
0
s2sdefault