ସୁରକ୍ଷା ଅଡିଟ୍, ଅନ୍ତର ଚିହ୍ନଟ ଏବଂ ଦୁର୍ଘଟଣା ପ୍ରଶମନ କରିବାକୁ ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି
ଭୁବନେଶ୍ୱର/ ଝାରସୁଗୁଡ଼ା: ବିଶ୍ୱ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ ପରିପ୍ରେକ୍ଷରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଅଗ୍ନିବାହିନୀ ଅଗ୍ନିଶମ ଦଳ ଘୋଷଣା କରାଯାଇଛି ଯାହା ହେଉଛି ମହିଳା କର୍ମଚାରୀମାନଙ୍କ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ବା ଦଳ ଯାହାଙ୍କୁ ଅଗ୍ନିଶମ ଭଳି ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ଦକ୍ଷତାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ବେଳେ ସେହି ବାହିନୀ ଏବେ ୧୦୦ ସଦସ୍ୟ ବିଶିଷ୍ଟ ଦୃଢ଼ ଦଳରେ ପରିଣତ ହୋଇଛି । ଅଗ୍ନି ନିରାପତା ଦଳ ସହ କାର୍ଯ୍ୟ କରୁଥିବା ଏହି ବାହିନୀ କଂପାନିର ଝାରସୁଗୁଡ଼ାରେ ଥିବା ଦୁନିଆର ଅନ୍ୟତମ ସର୍ବବୃହତ ଆଲୁମିନିୟମ୍ ସ୍ମେଲଟର କାର୍ଯ୍ୟକ୍ଷେତ୍ରରେ ଅଗ୍ନି ସମ୍ପର୍କିତ ଘଟଣାର ପ୍ରତିରୋଧ ଏବଂ ମୁକାବିଲା ପଦକ୍ଷେପକୁ ସୁଦୃଢ଼ କରିଛି ।
ଏହା ସହିତ କଂପାନି ଏହି ବିଶ୍ୱାସକୁ ଦୃଢ଼ ଭାବେ ପ୍ରତିଷ୍ଠିତ କରିଛି ଯେ ବୈଷୟିକ କିମ୍ବା ଅଣ ବୈଷୟିକ ସବୁ ପେସାଦାର ଭୂମିକା ପାଇଁ ଲିଙ୍ଗ ଭିତିକ ନୁହେଁ ବରଂ ଦକ୍ଷତା ଭିତିକ ହେବା ଆବଶ୍ୟକ । ୨୦୧୮ରେ ଶୁଭାରମ୍ଭ ହୋଇଥିବା ଅଗ୍ନିବାହିନୀ ତାଲିମ କାର୍ଯ୍ୟକ୍ରମରେ ଏବେ ପ୍ରଶିକ୍ଷୀତ ଅଗ୍ନିଶମ କର୍ମଚାରୀଙ୍କ ସପ୍ତମ ବ୍ୟାଚ୍କୁ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଭାବେ ସାମିଲ ହେବା ଲାଗି ସବୁ କ୍ଷେତ୍ରର ମହିଳା କର୍ମଚାରୀମାନଙ୍କୁ ଆମନ୍ତ୍ରଣ କରାଯାଉଛି ଯେଉଁଠାରେ ସେମାନେ ୩ ମାସିଆ କଠିନ ତାଲିମ ପ୍ରକ୍ରିୟା ଦେଇ ଗତି କରୁଚନ୍ତି ।
ଏହି ତାଲିକ ପାଠ୍ୟକ୍ରମରେ ଉଭୟ ଥିଓରି ଓ ପ୍ରାକ୍ଟିକାଲ୍ ମଡ୍ୟୁଲ୍ ରହିଛି ଯେଉଁଥିରେ ମୌଳିକ ଅଗ୍ନି ପ୍ରତିରୋଧ ଓ ମୁକାବିଲା ପଦ୍ଧତି, ଜରୁରୀକାଳୀନ ପ୍ରସ୍ତୁତି, କ୍ଷେତ୍ରରେ ଜରୁରୀକାଳୀନ ଡ୍ରିଲ୍ ଆଦି ସାମିଲ କରାଯାଇଛି । ସମ୍ଭାବ୍ୟ ଅଗ୍ନି ବିପଦକୁ ଚିହ୍ନଟ କରିବା ଓ ଅଗ୍ନି ପ୍ରତିରୋଧ ଅଡିଟ୍ କରିବା ଲାଗି ଏହି ଟିମ୍ କାରଖାନାର ଅଗ୍ନି ନିରାପତା ଟିମ୍ ସହିତ ମିଶି କାର୍ଯ୍ୟ କରୁଛି । ଏହା ସହିତ ଅଗ୍ନିବାହିନୀର ସଦସ୍ୟମାନେ ଝାରସୁଗୁଡ଼ା ଜିଲ୍ଲାରେ ସମାଜରେ ଅଗ୍ନି ନିରାପତା ତାଲିମ ଆୟୋଜନ କରୁଛନ୍ତି ଯାହା ଫଳରେ ସମାଜରେ ସଚେତନତା ଏବଂ ପ୍ରସ୍ତୁତିରେ ଉନ୍ନତି ହୋଇପାରୁଛି ।
ଏହି ଅଭିଯାନର ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରି ବେଦାନ୍ତ ଲିମିଟେଡ୍-ଝାରସୁଗୁଡ଼ାର ସିଇଓ ଶ୍ରୀ ସୁନିଲ ଗୁପ୍ତା କହିଛନ୍ତି ଯେ, “ବେଦାନ୍ତରେ ଆମ ପାଇଁ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଶ୍ରେଷ୍ଠ ଅଗ୍ରାଧିକାର କ୍ଷେତ୍ର ହୋଇ ରହିଛି ଏବଂ ଆମର ସମସ୍ତ କର୍ମଚାରୀ ଓ ବ୍ୟବସାୟ ସହଯୋଗୀମାନଙ୍କୁ ଏକ ସୁରକ୍ଷିତ ଓ ସୁସ୍ଥକର କାର୍ଯ୍ୟ ପରିବେଶ ପ୍ରଦାନ କରିବା ଲାଗି ନୂଆ, ଅଭିନବ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଆମ ଆଭିମୁଖ୍ୟକୁ ବଦଳାଇବା ପ୍ରତି ଆମେ ପ୍ରତିବଦ୍ଧ ରହିଛୁ । ସେହି ଉଦ୍ୟମର ଏକ ଉଲ୍ଲେଖନୀୟ ଫଳ ହେଉଛି ଆମର ଅଗ୍ନିବାହିନୀ କାର୍ଯକ୍ରମ ଏବଂ ଏହି ଅଭିଯାନରେ ୧୦୦ରୁ ଅଧିକ ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବାରୁ ଆମେ ଗର୍ବିତ । ଆମ ପରିଚାଳନାରେ ଅଭ୍ୟୁଦୟ ହେଉଥିବା ବେଳେ ଆମର ବିପଦ ମୁକାବିଲା ରଣନୀତି ଏବଂ ପଦ୍ଧତିରେ ମଧ୍ୟ ସେହି ଅନୁସାରେ ଅଭ୍ୟୁଦୟ ହେଉଛି ଯଦ୍ୱାରା ବିଶ୍ୱ ସ୍ତରରେ ପ୍ରଚଳିତ ଶ୍ରେଷ୍ଠ ପ୍ରଥା ସହିତ ତାଳ ଦେଇ ଚାଲିବା ଏବଂ ନୂଆ ମାନଦଣ୍ଡ ଧାର୍ଯ୍ୟ କରାଯାଇପାରୁଛି ।’’
ଉନ୍ନତ ପ୍ରଯୁକ୍ତି, ସୁଦୃଢ଼ ପ୍ରକ୍ରିୟା ଏବଂ ବ୍ୟବହାର ଭିତିକ ସୁରକ୍ଷାକୁ ନିଶ୍ଚିତ କରିବା ଉପରେ ନିରନ୍ତର ଗୁରୁତ୍ୱ ସହ ସୁରକ୍ଷା ପରିଚାଳନା ବ୍ୟବସ୍ଥାନରେ ରହିଥିବା ଅନ୍ତରକୁ ଅନୁଶୀଳନ କରିବା ଏବଂ ସେଥିରେ ଉନ୍ନତି ଆଣି ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ଓ ସମାଜ ସୃଷ୍ଟି କରିବା ଦିଗରେ ବେଦାନ୍ତ ଆଲୁମିନିୟମ୍ ନିରନ୍ତର ଭାବେ କାର୍ଯ୍ୟ କରୁଛି । ଏହି ପ୍ରକ୍ରିୟା ଜରିଆରେ ଏହା ବ୍ୟାପକ ସୁରକ୍ଷା ପ୍ରୋଟୋକଲ୍ ମୂତୟନ କରିଥିବା ବେଳେ ଏହା ସହିତ ୨୪୦ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଛି ଏବଂ ସେମାନଙ୍କୁ ସୁରକ୍ଷା ମାନକ ଚାମ୍ପିଆନ୍ ଭାବେ ପରିଚିତ କରି ଏହାର କାର୍ଯ୍ୟକାରୀତାକୁ ଆଗକୁ ବଢ଼ାଉଛି ।
ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ୍ର ଏକ ବ୍ୟବସାୟ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଭାରତର ଅଧା ଆଲୁମିନିୟମ୍ ଅର୍ଥାତ ୨୦୨୧-୨ ଆର୍ଥିକ ବର୍ଷରେ ୨.୨୬ ନିୟୁତ ଟନ୍ ଉତ୍ପାଦନ କରାଯାଇଛି । ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ୍ ଉତ୍ପାଦନର ଅଗ୍ରଣୀ ସଂସ୍ଥା ଯାହାକୁ ମୌଳିକ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଆଲୁମିିୟମ୍ ଶିଳ୍ପ ପାଇଁ ବିଶ୍ୱ ର୍ୟାଙ୍କିଙ୍ଗ୍ ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍ଆଇ) ୨୦୨୧ରେ ବେଦାନ୍ତ ଆଲୁମିନିୟମ୍ର ର୍ୟାଙ୍କ ଚତୁର୍ଥ ସ୍ଥାନରେ ରହିଛି ଯାହା ହେଉଛି ଏହାର ନିରନ୍ତରତା ବିକାଶ ପ୍ରଥାର ପ୍ରତିଫଳନ । ଭାରତରେ ବିଶ୍ୱଶ୍ରେଣୀର ଆଲୁମିନିୟମ୍ ସ୍ମେଲଟର, ଆଲୁମିନା ରିଫାଇନାରି ଓ ପାୱାର ପ୍ଲାଂଟ୍କୁ ସହ କଂପାନି ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମ୍ର ଉଦୀୟମାନ ବ୍ୟବହାରକୁ ବଢ଼ାଇବା ପାଇଁ ଏହାର ଲକ୍ଷ୍ୟ ପୂରଣ କରୁଛି ।