ହେଡଲାଇନସ୍:

ଏସବିଆଇ ଜେନେରାଲ ପକ୍ଷରୁ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ, ଡିଜିଟାଲ-ଓନଲି ସ୍ୱାସ୍ଥ୍ୟ ଉତ୍ପାଦ ‘ହେଲଥ ଏଜ ଇନସୁ୍ୟରାନ୍ସ’ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ: ଭାରତର ଅନ୍ୟତମ ପ୍ରମୁଖ ଜେନରାଲ ବୀମାକାରୀ ଏସବିଆଇ ଜେନେରାଲ ଇନସୁରାନ୍ସ ପକ୍ଷରୁ ସଂପୂର୍ଣ୍ଣ କଷ୍ଟମାଇଜେବଲ ଡିଜିଟାଲ ସ୍ୱାସ୍ଥ୍ୟ ଉତ୍ପାଦ ‘ହେଲଥ ଏଜ ଇନସୁ୍ୟରାନ୍ସ’ର ଶୁଭାରମ୍ଭ କରିବାକୁ ଘୋଷଣା କରାଯାଇଛି । ୯ ଟି ମୌଳିକ କ୍ଷତିପୂରଣ କଭର ଏବଂ ୧୮ ଟି ଇଛାଧୀନ କଭର ସହିତ ପଲିସି ଏକ ବ୍ୟାପକ ପ୍ଲାନ ଅଫର ପ୍ରଦାନ କରୁଛି । ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଏକ ଟେଲର ମେଡ ସ୍ୱାସ୍ଥ୍ୟ ବୀମା ପଲିସି ଡିଜାଇନ କରିବାକୁ ଏହା ଅନୁମତି ଦେଇଥାଏ । ଏହା ଗ୍ରାହକମାନଙ୍କୁ ଏକ ସୁବିଧାଜନକ ଏବଂ ଚିନ୍ତାମୁକ୍ତ ଅଭିଜ୍ଞତା ପ୍ରଦାନ କରେ ।

୩ ବର୍ଷ ପର୍ଯ୍ୟନ୍ତ ଦୀର୍ଘକାଳୀନ ପଲିସି ବିକଳ୍ପ ସହିତ ପଲିସି ଏକାଧିକ ରାଶି ବୀମା ବିକଳ୍ପ ପ୍ରଦାନ କରେ ୩ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରେ । ଦୀର୍ଘ ମିଆଦି ପଲିସି ୩ ବର୍ଷ ପାଇଁ ଉପଲବ୍ଧ । ହେଲଥ ଏଜ ପଲିସି କିଣିବା ପାଇଁ ପ୍ରବେଶ ବୟସ ବୟସ୍କମାନଙ୍କ ପାଇଁ ୧୮ ବର୍ଷରୁ ୬୫ ବର୍ଷ ଏବଂ ପିଲାମାନଙ୍କ ପାଇଁ ୯୧ ଦିନରୁ ୩୦ ବର୍ଷ ରହିଛି ।

ହେଲଥ ଏଜ ଇନସୁ୍ୟରାନ୍ସ ହେଉଛି ଏସବିଆଇ ଜେନେରାଲର ଏକ ପ୍ରକୃତ ଡିଜିଟାଲ-ଓନଲି ଉତ୍ପାଦ ଯାହା ସ୍ୱାସ୍ଥ୍ୟ ବୀମା କିଣିବାକୁ ଏକ ଉପଭୋକ୍ତା ଅନୁକୂଳ ଅନୁଭୂତି ପ୍ରଦାନ କରିଥାଏ । କ୍ରୟ ଠାରୁ ଆରମ୍ଭ କରି ଦାବି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ସଂପୂର୍ଣ୍ଣ ଡିଜିଟାଲ ରହିଛି । ଏଥି ପାଇଁ ସର୍ବନିମ୍ନ କାଗଜପତ୍ର ଆବଶ୍ୟକ ହେବ । ଗ୍ରାହକମାନେ ସେମାନଙ୍କ ଘରେ ସୁବିଧାରେ ପଲିସି ଡକୁ୍ୟମେଂଟ ଡାଉନଲୋଡ କରିବା, ପ୍ରିମିୟମ ପେମେଂଟ, ପଲିସି ରିନୁ୍ୟଆଲ, ଏକ ଦାବି କରିବା ଏବଂ ଅନ୍ୟାନ୍ୟ ସେବା ପାଇପାରିବେ ।
ହେଲଥ ଏଜ ପ୍ଲାନରେ ନଅଟି ଇନ-ବିଲ୍ଟ କଭର ରହିଛି । ସେଗୁଡିକ ହେଉଛି ଇନ-ପେସେଂଟ ହସ୍ପିଟାଲାଇଜେଶନ, ପ୍ରି-ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ, ହସ୍ପିଟାଲ ପରବର୍ତୀ ଚିକିତ୍ସା ଖର୍ଚ୍ଚ, ଡେ-କେୟାର ଚିକିତ୍ସା, ଜରୁରୀକାଳୀନ ରୋଡ ଆମ୍ବୁଲାନ୍ସ କଭର, ବାରିଆଟ୍ରିକ ସର୍ଜରୀ କଭର, ଆଧୁନିକ ଚିକିତ୍ସା / ଆଡଭାନ୍ସ ପ୍ରଣାଳୀ, ଆୟୁଷ ଚିକିତ୍ସା ଏବଂ ଷ୍ଟେ ଫିଟ ସ୍ୱାସ୍ଥ୍ୟ ଯାଂଚ ପ୍ରଭୃତି ।ବୀମାଭୁକ୍ତ ବ୍ୟକ୍ତିମାନେ ଏହା ଅନ୍ତର୍ଗତ ବିଭିନ୍ନ ପ୍ରତିଷେଧକ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ଯାଂଚ ଏବଂ ଷ୍ଟେ ଫିଟ ସ୍ୱାସ୍ଥ୍ୟ ଯାଂଚ କରିପାରିବେ ।
ଅତିରିକ୍ତ ଭାବରେ ଗ୍ରାହକ ଘରୋଇ ସହାୟତା / କର୍ମଚାରୀଙ୍କ କ୍ଷତିପୂରଣ, ହସ୍ପିଟାଲ ଦ ଊବସକ୍ଷଚ୍ଚ ଦୈନିକ ନଗଦ, ଦୁର୍ଘଟଣାଜନିତ ମୃତୁ୍ୟ କଭର, ଅସୀମିତ ରିଫିଲ, ଗୁରୁତର ଅସୁସ୍ଥତା କଭର ଆଦି ୧୮ ଟି ଇଚ୍ଛାଧୀନ କଭରକୁ ଚୟନ କରିପାରିବେ ।

ଏହି ଶୁଭାରମ୍ଭ ଅବସରରେ ଏସବିଆଇ ଜେନେରାଲ ଇନସୁ୍ୟରାନ୍ସର ହୋଲ-ଟାଇମ୍ ନିଦେ୍ର୍ଦଶକ ଆନନ୍ଦ ପେଜୱାର କହିଲେ, ଏସବିଆଇ ଜେନେରାଲରେ ଆମେ ଗ୍ରାହକମାନଙ୍କୁ ସରଳୀକୃତ ଏବଂ ଅଭିନବ ରିସ୍କ ସମାଧାନ ଯୋଗାଇବାରେ ସର୍ବଦା ଆଗରେ ରହିଛୁ ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିଥାଏ । ସ୍ୱାସ୍ଥ୍ୟ ସେବାକୁ ସୁଲଭ ତଥା ଦେଶର ବିଭିନ୍ନ ଅଂଚଳରେ ଉପଲବ୍ଧ କରାଇବା ପାଇଁ ଏକ ଉଦେ୍ଦଶ୍ୟ ସହିତ ଆମେ ଏଜ ଇନସୁ୍ୟରାନ୍ସ ଶୁଭାରମ୍ଭ କରିଛୁ । ଏହା ଆମର ଗ୍ରାହକମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସେମାନଙ୍କର ପସନ୍ଦର ପ୍ଲାନ ପ୍ରସ୍ତୁତ କରିବାକୁ ସକ୍ଷମ କରିବ ।
ହେଲଥ ଏଜ ଇନସୁ୍ୟରାନ୍ସ ପ୍ଲାନରେ କିଛି ଉଲ୍ଲେଖନୀୟ କଭର ଅନ୍ତର୍ଭୁକ୍ତ ଯେପରିକି ଗ୍ଳୋବାଲ ଟ୍ରିଟମେଂଟ କଭର ଯାହା ଭାରତ ବାହାରେ ରୋଗୀଙ୍କ ଚିକିତ୍ସା ପାଇଁ ହେଉଥିବା ଚିକିତ୍ସା ଖର୍ଚ୍ଚ ଉପଲବ୍ଧ କରାଇଥାଏ । ଏହା ଅନ୍ତର୍ଗତ ଉଭୟ ଫ୍ଲୋଟର ଏବଂ ବ୍ୟକ୍ତି ଗତ ପଲିସିରେ ଡାଇଗୋ୍ନଷ୍ଟିକ ଓ ଫାର୍ମାସି ଭଳି ଆଲୋପାଥିକ ଓପିଡି ଖର୍ଚ୍ଚ ପାଇଁ ଚିକିତ୍ସା ଖର୍ଚ୍ଚର ଗ୍ୟାରେଂଟି ପ୍ରଦାନ କରିଥାଏ ।

0
0
0
s2sdefault