ହେଡଲାଇନସ୍:

ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ୭୯ତମ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦ୍ୱୀପ:- ଆର୍ସଲରମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ସେମାନଙ୍କର ସମସ୍ତ କର୍ମଚାରୀ ଏବଂ ବ୍ୟବସାୟିକ ଅଂଶୀଦାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟରେ ୭୯ତମ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଯାଇଛି ।
ଚଳିତ ବର୍ଷର ବିଷୟବସ୍ତୁ ‘ଜାତୀୟ ଭିତିଭୂମିର ଅଭିବୃଦ୍ଧି ନିମନ୍ତେ ଅଗ୍ନି ନିରାପତ୍ତା ଉପରେ ସଚେତନତା (ଏଜିଏନଆଇ)’ ଅନୁଯାୟୀ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ବିଭାଗ ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିଛି । ପ୍ଲାଣ୍ଟରେ ଅଗ୍ନି ନିର୍ବାପକ ଉପକରଣ ଉପରେ ପ୍ରଦର୍ଶନ ସହିତ ଅଗ୍ନି ନିର୍ବାପକ ତାଲିମ ପ୍ରଦାନ କରାଯାଇଥିଲା । କର୍ମଚାରୀମାନଙ୍କ ମଧ୍ୟରେ ଜାତୀୟ ଅଗ୍ନିଶମ ସପ୍ତାହ ସମ୍ବନ୍ଧୀୟ ଏକ କୁଇକ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ଲାଣ୍ଟରେ ଜରୁରୀକାଳୀନ ଅଗ୍ନି ନିରାପତ୍ତା ସମ୍ପର୍କିତ ମକ୍ଡ୍ରିଲ୍ କରାଯାଇଥିଲା ।
ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଅପରେସନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି କହିଛନ୍ତି, ଆମେ ଆମର କର୍ମଚାରୀ ଏବଂ ବ୍ୟବସାୟିକ ଅଂଶୀଦାରଙ୍କ ପାଇଁ କାର୍ଯ୍ୟ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସୁରକ୍ଷା ଏବଂ ନିରାପତ୍ତା ସମ୍ବନ୍ଧୀୟ ଦୃଢ ପ୍ରଦକ୍ଷେପ ଗ୍ରହଣ କରୁଛୁ । ନିରାପତ୍ତାକୁ ପ୍ରାଥମିକତା ଦେଇ ଆମେ ଆମର କାର୍ଯ୍ୟସ୍ଥଳୀରେ ଉଚ୍ଚମାନର ନିରପତାକୁ ସର୍ବଦା ବଜାୟୀ ରଖୁଛୁ ।

0
0
0
s2sdefault