ହେଡଲାଇନସ୍:

ବାସୁଦେବପୁର ପୋଲିସ ର ବଡ ସଫଳତା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ତିନି ଅଭିଯୁକ୍ତ ଗିରଫ ସହ ୩୦ଲକ୍ଷ ଟଙ୍କା ର ସୁନା ଅଳଙ୍କାର ଓ ୩୮୬୦୦୦ ଟଙ୍କା ଉଦ୍ଧାର

ବାସୁଦେବପୁର - ସଫଳତା ପରେ ସଫଳତା ହାସଲ କରି ଚାଲିଛି ବାସୁଦେବପୁର ପୋଲିସ। ବାସୁଦେବପୁର ର ବିଭିନ୍ନ ସ୍ଥାନ ରୁ ହେଉ ଥିବା ଚୋରି ର ସନ୍ଧାନ କରି ଚୋର ଙ୍କୁ ଧରିବାରେ ସକ୍ଷମ ହେଉଛି ବାସୁଦେବପୁର ପୋଲିସ। ଏହି କ୍ରମ ରେ ଗତ ୧୪/୦୯/୨୨ ରିଖ ରେ ବେତଡ। ବଜାର ରୁ କାସିଶ୍ୱର୍  ସୁନା ଗହଣା ଦୋକାନ ରୁ ହେଇଥିବା ଚୋରି ର ସନ୍ଧାନ କରି ପୁଣି ସଫଳତା ହାସଲ କରିଛି ବାସୁଦେବପୁର ପୋଲିସ। ଏହି କ୍ରମ ରେ ତାରାକାନ୍ତ ସାହୁ ଙ୍କ ଅଭିଯୋଗ କୁ ଗ୍ରହଣ କରି ବାସୁଦେବପୁର ପୋଲିସ ଏକ ମାମଲା ୪୧୬/୨୨, ୩୮୦ଆଇ ପି ସି ରେ ରୁଜୁ କରି ତଦନ୍ତ ଆରମ୍ଭ କରି ସଫଳତା ହାସଲ କରିଛି। ଏହି କ୍ରମ ରେ ସି ସି ଟିଭି ଫୁଟେଜ ଅନ୍ୟାନ୍ୟ ତଥ୍ୟ କୁ ନେଇ ବାସୁଦେବପୁର ପୋଲିସ ତିନି ଜଣ ଙ୍କୁ ଆସ୍କା ଅଞ୍ଚଳ ରୁ ଧରିବାରେ ସକ୍ଷମ ହୋଇଛି। ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସତନ୍ତ୍ର ଟିମ୍ ଏସ ଡି ପି ଓ ସୌରଭ ଅତ୍ତା ଙ୍କ ସହ ଥାନା ଅଧିକାରିଣୀ ସାବିତ୍ରୀ ପଣ୍ଡା, ଏସ ଆଇ ଜିତେନ୍ଦ୍ର ନାୟକ,, ଲକ୍ଷ୍ମୀ କାନ୍ତ ଉପା ଧାୟ, ଏସ କେ ପଣ୍ଡା, ଶିବ କୁମାର ବୈରି ଙ୍କୁ ନେଇ ଆସ୍କା ପୋଲିସ ର ସହଯୋଗ ରେ ସଂଗୃହିତ ତଥ୍ଯ ଆଧାର ରେ ତିନି ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଏହି କ୍ରମ ରେ ଆଜି ଆୟୋଜିତ ଏକ ଖବର ଦାତା ସମ୍ମିଳନୀ ରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଏମ ସୁନିଲ, କୁନା ଦାସ, ବାବୁ ଆଚାର୍ଯ୍ୟ। ସମୁଦାୟ ୪୮୬ ଗ୍ରାମ ର ସୁନା ଅଳଙ୍କାର ଓ ନଗଦତିନି ଲକ୍ଷ ଷାଠିଏ ହଜାର ଟଙ୍କା ଜବତ କରିଛି ବାସୁଦେବପୁର ପୋଲିସ। ସମୁଦାୟ ୩୪ଲକ୍ଷ ଟଙ୍କା ର ହେବ ବୋଲି ସୂଚନା ମିଳିଛି। ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ, ଏବଂ ତଦନ୍ତ ଜାରି ରହିଛି ଅନ୍ୟ କେଉଁ ମାନେ ସଂପୃକ୍ତ ଅଛନ୍ତି ଏହି ମାମଲା ରେ ବୋଲି ଭଦ୍ରକ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠ ପାଲି ସୂଚନା ପ୍ରଦାନ କରିଛନ୍ତି।

0
0
0
s2sdefault