ହେଡଲାଇନସ୍:

ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କନଫରେନ୍ସ ହଲ ଠାରେ ଆଜି ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ୪୦ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୩୦ ଟି ବ୍ୟକ୍ତିଗତ ଓ ୧୦ ଟି ଗୋଷ୍ଟି ଗତ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଙ୍କ ମଧ୍ୟ ରୁ ୪ ଗୋଟି ଅଭିଯୋଗ ର ସିଧାସଳଖ ସମାଧାନ ହୋଇଥିଲା ଓ ଅନ୍ୟ ଅଭିଯୋଗ ଗୁଡାକ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ଶିବିର ରେ ଜିଲ୍ଲାପାଳ ଙ୍କ ଦ୍ଵାରା ୨ ଟି ଛୋଟ ୱିଲ ଚେୟାର,୫ ଟି ବଡ଼ ହ୍ବିଲ୍ ଚେୟାର,୧ ଟ୍ରାଇ ସାଇକେଲ,୨ ଟି ଆଶା ବାଡି ଭିନ୍ନକ୍ଷମ ଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଶିବିର ରେ ଜିଲ୍ଲାପାଳ ଡଃ କମାଲ ଲୋଚନ ମିଶ୍ର, ଅତିରିକ୍ତ ଅଧିକାରୀ ଶ୍ରୀ ଭାସ୍କର ରଇତ, ସଡିପିଓ ଶ୍ରୀ ଶୁଭେନ୍ଦୁ କୁମାର ଶବର,ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ହଳଧର ନେହାଳ ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ ନାଗ, DSS ଶ୍ରୀ ସୁଧାଂଶୁ ପାତ୍ର. SERNB. ପ୍ରଫୁଲ କୁମାର ମିଶ୍ର. DSWO ଶ୍ରୀ ସାରନଳତା ବିଶିଳା dpo. ଶିଶିର କୁମାର ପାଣି. Dwo. ରବୀନ୍ଦ୍ର ପାଳିକି. C.S. O, ଶ୍ରୀ ସଂଜୀବ ସାହୁ, pild.ସରଜ କୁମାର ସାହୁ ରାଇଘର ବ୍ଲକ ଉନ୍ନୟନ ଅଧିକାରୀ, ଶ୍ରୀ ଦେବାଶିଷ କର,ଉପ ତହସିଲ ଅଧିକାରୀ ଶ୍ରୀ ଜଗୁ ପୂଜାରୀ ରାଇଘର ବ୍ଲକ abdo ଶ୍ରୀ ବିଜୟୀ କୁମାର ସେଠୀ icds ଅଧିକାରିଣୀ ଶ୍ରୀ ଗୀତାଞ୍ଜଳି ମିଶ୍ର ଉପସ୍ଥିତ ରହିଥିଲେ |

0
0
0
s2sdefault