ହେଡଲାଇନସ୍:

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,୨୪/୪:ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତହୋଇଅଛି । ବିଭାଗୀୟ ମୁଖ୍ୟ ବଂଶୀଧର ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ଅଧକ୍ଷ ସୁରେଶ କୁମାର ପ୍ରଧାନ, ବାଣିଜ୍ୟ ବିଭାଗର ପୂର୍ବତନ ମୁଖ୍ୟ ହରେକୃଷ୍ଣ ସାହୁ, ଜିଲ୍ଲା ଆଇନ୍ ସେବା ପ୍ରାଧ୍ୟାକରଣ, ନୟାଗଡ଼ର ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଏବଂ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ସାହୁ ଅତିଥି ରୂପେ ଉପବିଷ୍ଟ ଥିଲେ । ବିଭାଗୀୟ ମୁଖ୍ୟ ଅତିଥି ପରିଚୟ ସହିତ, ଅତିଥି ସ୍ବାଗତ କରିଥିଲେ। ବକ୍ତାମାନେ ମହାବିଦ୍ୟାଲୟର ସୁବିଧା, ସମ୍ମାନ, ଛାତ୍ର ଶୁଖାଳା, ଜାତୀୟତା, ସାମାଜିକତା ଏବଂ ମାନବିକତା ଉପରେ ନିଜ ନିଜର ବକ୍ତବ୍ୟ ରଖୁଥିଲେ । ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଅନ୍ୟତମ ବକ୍ତା ରୂପେ, ସମାଜ ବିଜ୍ଞାନ ମୁଖ୍ୟ ପ୍ରଧ୍ୟାପିକା ପ୍ରିୟମ୍ବଦା ଦାସ ଏବଂ ଦର୍ଶନ ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାସ, ଛାତ୍ର ଛାତ୍ରୀମାନଙ୍କୁ ମାନସିକତା ଜ୍ଞାନର ଉଦାହରଣ ପ୍ରଦାନ କରିଥିଲେ । ଛାତ୍ର ସିତୁ ବେହେରା (୨୦୨୦ ବାଣିଜ୍ୟ ଓଡ଼ିଶା ଟପ୍ପର ), ପ୍ରଭାସ ସ୍ବାଇଁ, ତୁଷାର କାନ୍ତ ପରିଡ଼ା, ମନୋରଞ୍ଜନ ଗୌଡ଼(ସ୍ନାତକୋତ୍ତର), ଛାତ୍ରୀ ସ୍ଥିତି ପ୍ରଜ୍ଞା ଦାସ, ତୃପ୍ତିମୟୀ ମିଶ୍ର ନିଜ ନିଜର ଅନୁଭୂତି ବାଖ୍ୟା କରିଥିଲେ । ଡକ୍ଟର ପ୍ରଦୀପ୍ତ କୁମାର ଆଚ୍ୟାର୍ଯ୍ୟ,ଅଧ୍ୟାପିକା ସୁପ୍ରଭା ମଲ୍ଲିକ, ପ୍ରତୀକ୍ଷା ରାୟ, ଡକ୍ଟର କମଳ କୁମାର ବର୍ମା, ଅଧ୍ୟାପିକା ସବିତା କଅଁର, ଅଧ୍ୟାପିକା ସୁମିତ୍ରା ରାଉତ ସଭାକୁ ପରିଚାଳନା କରିବାରେ ସହାୟତା କରିଥିଲେ । ଛାତ୍ର ସୁମିତ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault