ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ ସେଣ୍ଟର ରେ "ନିୟତି" ଭିନ୍ନକ୍ଷମଙ୍କ ପାଇଁ ସେବାରତ ଅନୁଷ୍ଠାନର ବାର୍ଷିକ ସାଧାରଣ ବୈଠକ ସଭାପତି ଡ଼ ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଭିନ୍ନକ୍ଷମ ପିଲାଙ୍କର ସର୍ବାଙ୍ଗୀନ ଉନ୍ନତି ଓ ସେବା ସହ ସେମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସଂକଳ୍ପ ନେଇଥିଲେ।
ଏହି ଅବସରରେ ଆସନ୍ତା ଦୁଇ ବର୍ଷ ନିମନ୍ତେ ସଭାପତି ଭାବରେ ଡ଼ ଅଜୟ କୁମାର ତ୍ରିପାଠୀ , କାର୍ଯ୍ୟକାରିଣୀ ସଭାପତି ହରିମୋହନ ପଟ୍ଟନାୟକ , ଉପସଭାପତି ପ୍ରମୋଦ ନାୟକ ଓ ଯେମସ ରାଇକା , ସମ୍ପାଦିକା ତନୁଜା ଶତପଥି , ସହସମ୍ପାଦକ ଅଜିତ୍ କୁମାର ପଟ୍ଟନାୟକ , କୋଷାଧ୍ୟକ୍ଷ ଲୋକନାଥ ମିଶ୍ର ସର୍ବସମ୍ମତି କ୍ରମେ ମନୋନୀତ ହେଲେ।
କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଅରୁଣ କୁମାର ପଟ୍ଟନାୟକ , ନିତ୍ୟାନନ୍ଦ ଚୌଧୁରୀ , ଦିଲେଶ୍ଵର ରାଓ ମଳିକର୍ଜୁନ ପଟ୍ଟନାୟକ , ସ୍ଵାଗତିକା ପାଢ଼ୀ , ମନୋଜ ପଟ୍ଟନାୟକ , ସୁରେଶ ମହାଙ୍କୁଡ଼ , ରାଜେନ୍ଦ୍ର ସାହୁ , ଅଶ୍ଵିନୀ ନାୟକ , ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ , ରାମ ଚନ୍ଦ୍ର ପାଣିଗ୍ରାହୀ ମନୋନୟନ ହୋଇଛନ୍ତି।
ଉପଦେଷ୍ଟା ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା , ଭାରତଭୂଷଣ ମହାନ୍ତି , ସୁଭାଷ ଚନ୍ଦ୍ର ପଣ୍ଡା ରହିଲେ।
ଅନୁଷ୍ଠାନ ର ପ୍ରାକ୍ତନ ସମ୍ପାଦକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ
ରାଜ୍ୟ
"ନିୟତି"ର ବାର୍ଷିକ ସାଧାରଣ ବୈଠକ
- Hits: 211