ପଦ୍ମପୁର :- ସ୍ଥାନୀୟ ବଡବନ୍ଧ ସ୍ଥିତ ବାବା ରାମେଶ୍ଵର ମନ୍ଦିରଠାରେ ଶୀତଳ ଷଷ୍ଠୀ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଧି ଅନୁସାରେ ପୂଜାର୍ଚ୍ଚନା କରିବା ସହିତ ହନୁମାନ ପଡା ନିବାସୀ ଚିନ୍ମୟୀ ଦାଶ ଓ ଜିତେନ୍ଦ୍ର ଦାଶ ବର ପିତାମାତା ତଥା ବଡ଼ପଡ଼ା ନିବାସୀ ଶ୍ରୀମତୀ ବର୍ଷା ବଂଶଲ ଓ ଶ୍ରୀ ଆଶିଷ ବଂଶଲ କନ୍ୟା ପିତାମାତା ହେବା ପାଇଁ ସୌଭାଗ୍ୟ ଲାଭ କରିଛନ୍ତି l ଦ୍ଵିତୀୟ ବର୍ଷ ପାଇଁ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ମଇମାସ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ତାରକାଶୂର ଦରବାର, ମଇ ୨୪ ରେ ରାମେଶ୍ଵର ବାବାଙ୍କ ବରାତ ଓ ୨୫ ନଗର ପରିକ୍ରମା ଅନୁଷ୍ଠିତ ହେବ। ଆଜି ସକାଳୁ ଏକ ବିଶାଳ ଶୋଭାଯାତ୍ରା ରେ ବାହରି ଶୀତଳ ଷଷ୍ଠୀ ମହୋତ୍ସବ କମିଟୀ ର ସମସ୍ତ ସଦସ୍ଯ ସଦସ୍ଯା ସହର ପରିକ୍ରମା କରିଥିଲେ l
ରାଜ୍ୟ
ପଦ୍ମପୁର ଶୀତଳ ଷଷ୍ଠୀ :-ରାମେଶ୍ଵର ବାବାଙ୍କ ଥାଳ ଉଠିଲା
- Hits: 662