ଫୁଲବାଣୀ: ଫୁଲବାଣୀ ପୌରପରିଷଦ ତରଫରୁ ଆମିଷ ବଜାର ନିର୍ମାଣ କରି ପ୍ରାୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚ ହୋଇଛି ହେଲେ ଦୀର୍ଘ ଦିନ ହେଲା ତାଲା ପଡିଛି। ଯାହା ଫଳରେ ସହରର ବିଭିନ୍ନ ସ୍ଥାନରେ ଖୋଲା ଖୋଲି ଆମିଷ ଦୋକାନ ଯୋଗୁଁ ସହର ର ପରିବେଶ ଉପରେ କୁ ପ୍ରଭାବ ପଡୁଛି। ପୌରପରିଷଦ ପକ୍ଷରୁ ସମସ୍ତ ମାଛ ଓ ମାଂସ ବ୍ୟବସାୟୀ ମାନେ ଏକତ୍ରିତ ହୋଇ ଆମିଷ ବଜାର ରେ ଦୋକାନ ଖୋଲିବା ଲକ୍ଷ୍ୟ ନେଇ ଆମିଷ ବଜାର ନିର୍ମାଣ କରଯାଇଛି। ହେଲେ ଗତ ୩୧.୧୨.୨୦୨୨ ରେ ଆନୁଷ୍ଠାନିକ ଭାବେ ଉଦଘାଟନ ସରିଛି ହେଲେ କାର୍ଯ୍ୟକ୍ଷମ ନହେବା ଫଳରେ ସହର ବାସି ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଛ ବ୍ୟବସାୟୀ ମାନେ ବି ଟିମ୍ ପଡ଼ିଆରେ ମାଛ ବିକ୍ରି କରୁଥିବାରୁ ପଡ଼ିଆରେ ଖେଳିବା ପାଇଁ ଅସୁବିଧା ହେଉଛି ବୋଲି କ୍ରୀଡାବିତ୍ ମାନେ ଅଭିଯୋଗ କରିଛନ୍ତି। ସହର ସାରା ବିଭିନ୍ନ ସ୍ଥାନରେ ମାଂସ ବିକ୍ରି କୁ ନେଇ ସହର ବାସି ଅତିଷ୍ଟ ହେଲେଣି ତୁରନ୍ତ ଆମିଷ ବଜାର କୁ ସମସ୍ତ ମାଛ ଓ ମାଂସ ଦୋକାନ ସ୍ଥାନାନ୍ତର କରିବାକୁ ବୁଦ୍ଧିଜୀବି ମାନେ ଦାବି କରିବା ସହିତ ପୌରପରିଷଦ ଅଧକ୍ଷା ଶ୍ରୀମତୀ ସ୍ମିତାରାଣି ମହାନ୍ତି ଓ ନିର୍ବାହୀ ଯନ୍ତ୍ରୀ ବଳଦେବ ବେହେରା ଙ୍କୁ ଅନୁରୋଧ କରିଛନ୍ତି।
ରାଜ୍ୟ
ଫୁଲବାଣୀ ଆମିଷ ବଜାର କାହା ସ୍ୱାର୍ଥରେ:କୋଟିଏ ରୁ ଉର୍ଦ୍ଧ ଟଙ୍କା ପାଣିରେ ପଡ଼ିଲା!
- Hits: 297







