ହେଡଲାଇନସ୍:

"ସବୁଆଡୁ ହତାଶ ହେବା ପରେ ବାଉଳିଚାଉଳି ହେଉଛନ୍ତି ଲେଖାଶ୍ରୀ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  କ୍ରାଇମ୍ ଫିଲ୍ମ ଓ ୱେବ୍ ସିରିଜ୍ ଦେଖି ସମସ୍ତଙ୍କୁ ଅପରାଧୀ ଭାବୁଛନ୍ତି

  •  ମନେ ମନେ ନିଜକୁ ପୁଲିସ୍ ଭାବି ଉଦ୍ଭଟ କାହାଣୀ ସୃଷ୍ଟି କରୁଛନ୍ତି

  •  ବରଗଡ଼ର ଅଭିଯୁକ୍ତ ସହ ଜେଲ ଫେରନ୍ତା ବିଜେପି ନେତାଙ୍କ ଲିଙ୍କ୍ ରହିଛି


ଭୁବନେଶ୍ୱର,: ଉତ୍ତରପ୍ରଦେଶ ଘଟଣାରେ ସଂପୃକ୍ତ ଜଣେ କୁଖ୍ୟାତ ଅପରାଧୀ ସହ ଅପରାଧିକ ପୃଷ୍ଠଭୂମି ଥିବା ବରଗଡ଼ର ଜଣେ ଯୁବକଙ୍କ ସଂପୃକ୍ତି ବିଷୟ ଜଣାପଡ଼ିବା ପରେ ଏହାକୁ ନେଇ ଅବାନ୍ତର ବୟାନ ଦେଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆଜି ଅପଦସ୍ଥ ହେବାକୁ ପଡ଼ିଛି । ବରଗଡ଼ର ଏହି ଅଭିଯୁକ୍ତ ସହିତ ଜଣେ ଜେଲ ଫେରନ୍ତା ବିଜେପି ନେତାଙ୍କ ଲିଙ୍କ୍ ରହିଛି ବୋଲି ବିଜେଡି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବୟାନ ଶୁଣିଲା ପରେ ଲାଗୁଛି, ସେ ବୋଧେ ତାଙ୍କ ତରୁଣ ବୟସରେ ପୁଲିସ ହେବାକୁ ଚାହୁଁଥିଲେ । ମାତ୍ର ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷାରେ ଫେଲ୍ ହୋଇ ଯାଇଥିଲେ । ପରେ ସେ ରାଜନୀତିକୁ ଆସିଲେ ସତ, କିନ୍ତୁ ଏଯାଏ ୱାର୍ଡ଼ମେମ୍ବରଟିଏ ମଧ୍ୟ ହୋଇପାରିଲେନି କି କୌଣସି ନିର୍ବାଚନରେ ଲଢ଼ିବା ଲାଗି ଦଳ ତାଙ୍କୁ ଭରସା କରି ଟିକଟ ଦେଲାନି । ଆମ ପାଖରେ ଯାହା ଖବର ଅଛି, ଶ୍ରୀମତୀ ସାମନ୍ତସିଂହାର କିଛି ମାସ ତଳେ ରାଜ୍ୟ ବିଜେପିର ସଭାପତି ହେବାକୁ ବି ସ୍ୱପ୍ନ ଦେଖୁଥିଲେ । ମାତ୍ର ଯେତେବେଳେ ସମ୍ଭାବ୍ୟ ରାଜ୍ୟ ସଭାପତି ତାଲିକାରେ ଏଠାରୁ ତାଙ୍କ ନାଁ ମଧ୍ୟ ଦିଲ୍ଲୀ ଗଲାନି । ତେଣୁ ସେ ପ୍ରଚଣ୍ଡ କ୍ରୋଧ ଓ ହତାଶାରେ ପ୍ରାୟ ୧୫ ଦିନ କାଳ ପାର୍ଟି ଅଫିସକୁ ଆସି ନ ଥିଲେ । ଅତୀତରେ ପୁଲିସ ହୋଇ ନପାରିବା, ରାଜନୀତିରେ ଏତେ ବର୍ଷ ରହି କୌଣସି ନିର୍ବାଚନରେ ଟିକଟ ନପାଇବା ଏବଂ ଶେଷରେ ରାଜ୍ୟ ସଭାପତି ହେବାର ସ୍ୱପ୍ନ ଭାଙ୍ଗିଯିବାର ହତାଶା ତାଙ୍କର ସବୁ ମନ୍ତବ୍ୟରୁ ଜଳଜଳ ଦେଖାଯାଉଛି । ତେଣୁ ଏଭଳି ତୀବ୍ର ହତାଶାରୁ ସେ ମୁକୁଳି ପାରୁ ନାହାନ୍ତି । ଆଉ ଏବେ ସେ ନିଜକୁ ପୁଲିସ ଭାବି ଉଦ୍ଭଟ କାହାଣୀ ସୃଷ୍ଟି କରୁଛନ୍ତି ।
ଇପ୍ସିତା ଆହୁରି କହିଛନ୍ତି, ଶ୍ରୀମତୀ ସାମନ୍ତସିଂହାର ସମ୍ଭବତଃ ଆଜିକାଲି ଅଧିକ କ୍ରାଇମ୍ ଫିଲ୍ମ ଓ ୱେବ୍ ସିରିଜ୍ ଦେଖୁଛନ୍ତି । ଯାହା ଫଳରେ ତାଙ୍କ ମନରେ ଏକ ଉଦ୍ଭଟ ଅପରାଧିକ ଚିନ୍ତାଧାରା ବସା ବାନ୍ଧିଛି । ଆଉ ସମସ୍ତେ ତାଙ୍କୁ ଅପରାଧୀ ଭଳି ଦେଖା ଯାଉଛନ୍ତି । ସବୁଆଡ଼ୁ ହତାଶ ହୋଇ ପଡ଼ିବା ପରେ ସେ ଏମିତି ବାଉଳିଚାଉଳି ହେଉଛନ୍ତି । ସେ ଜାଣି ରଖିବା ଉଚିତ ଯେ ବରଗଡ଼ର ଯେଉଁ ଯୁବକ ସଂପର୍କରେ ସେ କହୁଛନ୍ତି, ୨ ବର୍ଷ ତଳେ ଚୋରା ନିଶାଦ୍ରବ୍ୟ କାରବାର ଏବଂ ଅନ୍ୟାନ୍ୟ ଅପରାଧରେ ସଂପୃକ୍ତି ଯୋଗୁଁ ଓଡ଼ିଶା ପୁଲିସ ତାକୁ ଗିରଫ କରିଥିଲା । ଜଣେ ଅଭ୍ୟାସଗତ ଅପରାଧୀ ଏବଂ ହତ୍ୟା ଅଭିଯୁକ୍ତ ବିଜେପି ନେତା ଯିଏକି ୨ ମାସ ଜେଲରେ ରହିଲା ପରେ ଏବେ ଜାମିନରେ ବାହାରିଛନ୍ତି, ତାଙ୍କ ସହିତ ସଂପୃକ୍ତ ଯୁବକର ଲିଙ୍କ୍ ରହିଛି ବୋଲି ସମସ୍ତେ ଜାଣନ୍ତି । ତେଣୁ ଆଜି ସାମ୍ବାଦିକ ସମ୍ମିଳନୀକୁ ଆସିବା ପୂର୍ବରୁ ଲେଖାଶ୍ରୀ ମାଡାମ୍ ତାଙ୍କ ଦଳର ଏହି ନେତାଙ୍କୁ ଏ ବିଷୟରେ ପଚାରିଥିଲେ ଭଲ ହୋଇଥାନ୍ତା। ମାଡାମ୍ଙ୍କୁ ଆମର ପରାମର୍ଶ, ଘଟଣା ସଂପର୍କରେ କିଛି ନ ଜାଣି ଏପରି ଉପରଠାଉରିଆ ଏବଂ ଶସ୍ତା ବୟାନବାଜିରୁ ସେ ନିଜକୁ କ୍ଷାନ୍ତ ରଖନ୍ତୁ ।

0
0
0
s2sdefault